
ନୂଆଦିଲ୍ଲୀ, ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଟ୍ୱିଟ୍ ରେ ଉଲ୍ଲେଖ କରାଯାଇଛି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ବିହାର ଯାତ୍ରାର ଅନ୍ତିମ ଦିବସରେ ଗୁରୁଦ୍ୱାର ପଟନା ସାହିବ ତଥା ମହାବୀର ମନ୍ଦିର ପରିଦର୍ଶନରେ ଯାଇଥିଲେ । ସେଠାର ସେ ମାନବ ଜାତିର କଲ୍ୟାଣ କରୋନାରୁ ମୁକ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏହା ବ୍ୟତୀତ ସେ ବିପତ୍ସନା ଧ୍ୟାନ କେନ୍ଦ୍ରକୁ ମଧ୍ୟ ଯାଇଥିଲେ । ସେଠାରେ ସେ ବିଶ୍ୱର ଶାନ୍ତି ପାଇଁ ଆରଧନା କରିଥିଲେ ।
ସେହିପରି ଅନ୍ୟ ଏକ ଟ୍ୱିଟ୍ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଥମ ମହିଳା ଶ୍ରୀମତୀ ସବିତା କୋବିନ୍ଦ ବିହାରର ପାଟନା ସ୍ଥିତ ଖଦି ଗ୍ରମୋଦ୍ୟୋଗ ଭବନ ବୁଲି ଦେଖିଥିବା ଉଲ୍ଲେଖ କରାଯାଇଛି ।