କଟକ,କଟକ ମହାନଗର ନିଗମ (ସିଏମସି) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲର ପରିବେଶ ଓ ଖାଦ୍ୟର ମାନ ଯାଂଚ୍ ପାଇଁ ଏସସିବି ମେଡ଼ିକାଲ ରୋଡ଼ରେ ଥିବା ବିଭିନ୍ନ ହୋଟେଲ ଉପରେ ଆଜି ଚଢ଼ଉ କରାଯାଇଛି । ଖାଦ୍ୟ ନିରାପତା ଅଧିକାରୀ ପ୍ରତୀକ୍ଷା ଦାଶ ମହାପାତ୍ରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଅଚାନକ ଚଢ଼ଉ କରିବା ସହ ହୋଟେଲରେ ବିକ୍ରୀ କରାଯାଉଥିବା ବିଭିନ୍ନ ପ୍ରକାର ଖାଦ୍ୟର ମାନ ଯାଂଚ୍ କରିଥିଲେ । କେତେକ ହୋଟେଲରେ ବାସି ଖାଦ୍ୟ ରହିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେସବୁକୁ ଜବତ କରାଯାଇ ନଷ୍ଟ କରାଯାଇଥିଲା । ସେହିପରି ପୁର୍ନବାର ନିମ୍ନମାନର ଓ ବାସି ଖାଦ୍ୟ ବିକ୍ରି କଲେ ଦୋକାନ ଗୁଡିକୁ ସିଲ୍ କରାଯିବ ବୋଲି ସେ ବ୍ୟବସାୟୀ ମାନଙ୍କୁ ତାଗିଦ୍ କରିଥିଲେ ।