-
ବାର୍ ଉପରେ ଚଢଉ ବେଳେ ମଦ ଓ ଟଙ୍କା ଜବତ
ଭୁୁବନେଶ୍ୱର, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ତମାଣ୍ଡୋ ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଇଆଇସି ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପି ଅଫିସ୍ କୁ ବଦଳି କରାଯାଇଛି । ଅପରପକ୍ଷରେ ଘଟଣା ଦିନ ମନୀଷ ଥିବା ସାଉଥ୍ ସିଟି ବାର୍ ର ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କୁ ପୋଲିସ୍ ଅଟକ ରଖିଛି । ଏହା ପୂର୍ବରୁ ବାର୍ ର ମାଲିକ ତଥା କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଆଡିସନାଲ ଡିସିପିଙ୍କ ତଦନ୍ତ ଆଧାରରେ ଡିସିପି ତାଙ୍କୁ ନିଲମ୍ବନ କରିଛନ୍ତି । ପ୍ରସନ୍ନଙ୍କ ବିରୁଦ୍ଧରେ ବିଳମ୍ବିତ ରାତି ଯାଏଁ ବାର୍ ଚଳାଇବା ,କର୍ଫ୍ୟୁ ନିୟମ ଉଲ୍ଲଂଘନ ଓ କର୍ତବ୍ୟରେ ଅବହେଳା ଅଭିଯୋଗ ହୋଇଥିଲା । ଭାଇଙ୍କ ନାଁରେ ଲିଜ୍ ନେଇ ସାଉଥ୍ ସିଟି ବାର୍ ଚଳାଉଥିଲେ ପ୍ରସନ୍ନ । ବାର୍ ର ଲାଇସେନ୍ସ ସେପ୍ଟେମ୍ବର ମାସରୁ ଶେଷ ହୋଇଯାଇଥିଲେ ବି ବେଆଇନ୍ ଭାବେ ଚାଲିଥିଲା । ଅନ୍ୟପକ୍ଷରେ ମନୀଷ ହତ୍ୟା ଘଟଣାରେ ଭୁବନେଶ୍ୱର ପାତ୍ରପଡା ଠାରେ ଥିବା ସମ୍ପୃକ୍ତ ବାର୍ ଉପରେ ପୁଣି ଚଢାଉ କରିଛି ପୋଲିସ୍ । ବିନା ଲାଇସେନ୍ସରେ ବାର୍ ଚଳାଉଥିବାରୁ ବାର୍ ଉପରେ ଚଢାଉ କରାଯାଇଛି । ଚଢାଉ ବେଳେ ସେଠାରୁ ବିପୁଳ ପରିମାଣର ମଦ ଓ ବିଡା ବିଡା ଟଙ୍କା ଜବତ କରାଯାଇଛି । ତେବେ ସେଗୁଡିକ ଅସଲି ନକଲି ଜଣାପଡିନାହିଁ ।