ନୂଆଦିଲ୍ଲୀ, କରୋନା ବିରୁଦ୍ଧରେ ଲଢେଇରେ ଟୀକାକରଣ ଏକ ପ୍ରଭାବୀ ଅସ୍ତ୍ର ହୋଇଥିବା ବେଳେ ଭାରତ ଏଥିରେ ଇତିହାସ ରଚିଛି । ଟୀକାକରଣ ଅଭିଯାନରେ ଭାରତ ଶହେ କୋଟି ସଂଖ୍ୟା ପାର କରିଛିା ଗୁୁରୁବାର ସକାଳୁ ଶହେ େକୋଟି ଟୀକାକରଣ ହେବାର ଅବଗଣନା ଆରମ୍ଭ ହୋଇଯାଇଥିଲା । ପାଖାପାଖି ୯.୪୫ରେ ଦେଶରେ ଶହେ କୋଟି ଟୀକାକରଣ ହୋଇ ଯାଇଥିଲା । ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ମସିହା ଜାନୁଆରୀ ୧୬ ତାରିଖ ଦିନ ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ ।