ନୂଆପଡା, ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ୧ରେ ଦ ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ପଂଚାୟତ ନିର୍ବାଚନରେ ମହିଳାଙ୍କ ସଶକ୍ତିକରଣ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ସାହୁ, ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଲିଭା ମହିଳା ସଂଘ ସମ୍ପାଦିକା ପ୍ରେମଶୀଳା ଘିଭେଲା, ବରଗାଁ ସରପଞ୍ଚ ବିମଳା ମାଝୀ ଯୋଗ ଦେଇଥିଲେ।ଆସନ୍ତା ଗ୍ରାମ ପଞ୍ଚାୟତ ନିର୍ବାଚନ ମହିଳାଙ୍କୁ ସଶକ୍ତିକରଣ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିବ ଓ ରାଜ୍ୟ, ଦେଶ ପ୍ରଗତିରେ ସହାୟ ହୋଇ ପାରିବ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଡାକ୍ତର ଅଜିତ ପଣ୍ଡା ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ ଓ ମହିଳା ମାନେ ଏହାଦ୍ବାରା ଦେଶର ଶାସନ ପରିଚାଳନାରେ ସହଯୋଗୀ ହୋଇ ପାରିଥାନ୍ତି ବୋଲି କହିଥିଲେ । ମଞ୍ଚ ପରିଚାଳନା କରିଥିଲେ ଚୈତନ୍ୟ ସା ।
ଦେବେନ୍ଦ୍ର ଭିତ୍ରିଆ, ତରୁଣ ସା ବୈଠକରେ ଯୋଗ ଦେଇଥିବା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ମହିଳା ସଶକ୍ତିକରଣ ଉପରେ ବିସ୍ତୃତ ଭାବରେ ବୁଝାଇ ଥିଲେ । ଏହି ଅବସରରେ ଶତାଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦାନ କରିଥିଲେ ।