ବ୍ରହ୍ମପୁର : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ରବିବାର ଏମକେସିଜି ମେଡିକାଲକୁ ଅଚାନକ ଗସ୍ତ କରି ସ୍ଥିତି ପରଖିଛନ୍ତି । ଉଭୟ ସାଂସଦ ଓ ବିଧାୟକ ମେଡିକାଲର ମେଡିସିନ ବିଭାଗ, ସିସୁବିବିଭାଗ,ଏସଏନସିୟୁ, ସୁପର ସ୍ପେସାଲିଟି ବ୍ଳକ, ଇନ୍ଡୋର୍ ସମେତ ବିଭିନ୍ନ ଓ୍ୱାର୍ଡ଼ ବୁଲି ଦେଖିଥିଲେ। କିଭଳି ଭାବେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି ସେ ନେଇ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ । ଏହାଛଡ଼ା କିଛି ଓ୍ୱାର୍ଡ଼ରେ କୋଠାର ଅବସ୍ଥା ଦେଖି କିଭଳି ଖୁବ୍ ଶୀଘ୍ର ମରାମତି କରାଯିବ ସେ ନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ।ଏମକେସିଜି ମେଡିକାଲ ଅଧୀକ୍ଷକ ଏବଂ ଡିନ୍ଙ୍କ ସହିତ ବିଭିର୍ଣ ବିଷୟରେ ଆଲୋଚନା କରି ସମାଧନ କରାଯିବ ବୋଲି କହିଥିଲେ । ବଡ଼ ଡାକ୍ତର ଖାନା ର ଅଧିକ୍ଷକ ଓ ଅଧକ୍ଷ ଙ୍କ କାର୍ଯ୍ୟକଳାପ ରେ ସନ୍ତୁଷ୍ଟ ଥିବା ମଧ୍ୟ କହିଥିଲେ।ଡାକ୍ତରୀ ଓକର୍ମଚାରି ଅଭାବୀ କୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଉଭୟ କହିଥିଲେ।
Related Stories
November 22, 2024