ଭୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ବାଣୀବିହାର ଛକଠାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାଣୀବିହାର ଗ୍ଲାସ କ୍ୟାଂଟିନ ଛାତ୍ର ସଂସଦ କାର୍ଯ୍ୟାଳୟ ଠାରୁ ଛାତ୍ର କଂଗ୍ରେସ ଓ ବାଣୀବିହାର ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାଣୀବିହାର ଛକ ପର୍ଯ୍ୟନ୍ତ ଆସି ମୁଖ୍ୟ ରାଜରାସ୍ତାକୁ ଦୁଇଘଂଟା ଧରି ଅବରୋଧ କରିଥିଲେ । ସେଠାରେ ଟାୟାର ଜାଳି ପ୍ରତିବାଦ କରାଯାଇଥିଲା । ୟାସିର ନୱାଜ ଓ ଅନ୍ୟ ଛାତ୍ରନେତା ମାନଙ୍କୁ ପୋଲିସ ଘଟଣାସ୍ଥଳରୁ ଗିରଫ କରି ଅଟକ ରଖିଥିଲା ଏବଂ ପରେ ଛାଡ଼ିଦେଇଥିଲା ।
ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗୃହ ଓ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅପରାଧକୁ ଘଂଟ ଘୋଡାଉଛନ୍ତି । ନବୀନ ବାବୁଙ୍କ ମା’କୁ ସମ୍ମାନ ଆହ୍ୱାନ ପ୍ରତାରଣାରେ ପରିଣତ ହୋଇଛି । ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେରର ଅପହରଣ ଓ ହତ୍ୟା ଘଟଣା ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସିଧାସଳଖ ସଂପୃକ୍ତି ରହିଛି । ମନ୍ତ୍ରୀ ସ୍କୁଲରେ ରାତ୍ରୀଯାପନ କରନ୍ତି ବୋଲି ଅଭିଯୋଗ ହେଉଛି! ଅପରାଧୀ ଗୋବିନ୍ଦ ସାହୁଙ୍କୁ ଥାନା କଷ୍ଟୋଡିରୁ ମନ୍ତ୍ରୀଙ୍କ ଚାପରେ ଖସାଇ ଦିଆଗଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଏବଂ ଗିରଫ କରାନଗଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ । ବେବିନା, ଇତିଶ୍ରୀ, ମାଦବୀଲତା, କୁନ୍ଦୁଲି ଛାତ୍ରୀ ସୁସ୍ମିତା, ସ୍ମିତାରାଣୀ, ପରି ଏବଂ ଏବେ ମମିତାଙ୍କ ପାଳି ପଡ଼ିଛି । ନବୀନ ଶାସନରେ ନାରୀ ଅସୁରକ୍ଷିତ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ବହିସ୍କାର ଏବଂ ଗିରଫ କରାନଗଲେ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ନୱାଜ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ଅରମାନ ଜେନା, ନିହାର ବେହେରା, ରଞ୍ଜିତ ପାତ୍ର, ଅଖିଳେଶ ଯାଦବ, ସଂକୁନା କହଁର, ରଞ୍ଜିତ ସେନାପତି, ବାବୁ ଜେନା, ରାକେଶ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।