ନୂଆଦିଲ୍ଲୀ, ମହର୍ଷି ବାଲ୍ଲିକୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ, ମହର୍ଷି ବାଲ୍ଲିକୀ ପବିତ୍ର ରାମାୟଣର ରଚନା କରି ମାନବଜାତିର କଲ୍ୟାଣ ପାଇଁ ଧର୍ମର ମାର୍ଗ ପ୍ରଶସ୍ତ କରିଛନ୍ତି । ତାଙ୍କର ଶିକ୍ଷା ଓ ବିଚାରଧାରା ଆମକୁ ଏକ ସମୃଦ୍ଧ ତଥା ଗୌରବମୟ ସମାଜର ରଚନା କରିବାକୁ ପ୍ରେରଣା ଦେଇଥାଏ । ଏଥି ସହିତ ବାଲ୍ଲିକୀଙ୍କ ଜୟନ୍ତୀ ଅବସରରେ ସେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା ଜଣାଇଛନ୍ତି ।