ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରୀମତୀ ପାରୁଲ ପଟୱାରୀ ( ଆଇଏଏସ ) । ସେ ୨୦୧୫ ବ୍ୟାଚ ର ଆଇଏଏସ । ଓଡିଶା ସରକାରଙ୍କ ପୁର୍ତ୍ତ ବିଭାଗର ଉପସଚିବ ଥିଲେ ।
ଆଜି ନୂତନ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପୂର୍ଵତନ ଜିଲ୍ଲାପାଳ ଶ୍ରୀ ମହାପାତ୍ର ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ । ଏହା ପରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି ଓ ବିଭିନ୍ନ ବିଭାଗର ପ୍ରମୁଖ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ନୂତନ ଜିଲ୍ଲାପାଳଙ୍କୁ ଭେଟି ସମ୍ବର୍ଦ୍ଧିତ କରିଥିଲେ ।
ଜିଲ୍ଲାପାଳ ଶ୍ରୀମତୀ ପାରୁଲ କହିଛନ୍ତି ଯେ, ଜିଲ୍ଲାର ସର୍ବାଙ୍ଗୀନ ବିକାଶମୂଳକ କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ବରାନ୍ବିତ କରିବା ପାଇଁ ଚେଷ୍ଟା ଜାରି ରଖିବେ । ଅପରାଧୀ ଓ ଅପରାଧମୂଳକ କାର୍ଯ୍ୟକ୍ରମକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ କାର୍ଯ୍ୟ ଜାରି ରଖିବେ ।