
ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହିଳା ସଶକ୍ତି କରଣ ଦିଗରେ କାର୍ଯ୍ୟରତ ସଂଗଠନ”ଅଜିତା”ଆନୁକୁଲ୍ୟରେ ଶ୍ରୀମତୀ ସ୍ୱୋପ୍ନପ୍ରିୟା ପାତ୍ରଙ୍କ ନେତୃତ୍ୱରେ ତା୧୯-୧୦-୨୦୨୧ ରିଖ ଦିନ 11 ଟା ସମୟରେ ପୁରୀର ଭକ୍ତନିବାସଠାରେ ଏକ ମହିଳା ସମାରୋହ ଅନୁଷ୍ଠିତ ହେଇଯାଇଛି। ଏହି ସମାରୋହରେ ଅଜିତାର ସଭାପତି ମୌସୁମୀ ମହାପାତ୍ର, ସମ୍ପାଦିକା ସଂଗୀତା ମାଝୀ, ଉପସଭାପତି ପ୍ରବୀଣା ଭଞ୍ଜଦେଓ, ମାମି ମିଶ୍ର , ସହ-ସମ୍ପାଦିକା ଆରତୀ ମିଶ୍ର,ଆର୍ଜୁ ବିବି ଓ କୋଷଧକ୍ଷା ରାଜମିତ୍ରା ପ୍ରହରାଜ ତଥା ଅନେକ ସକ୍ରିୟ ସଦସ୍ୟା ଉପସ୍ଥିତ ରହି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହିତ କିପରି ଆତ୍ମମର୍ଯ୍ୟାଦାର ସୁରକ୍ଷା ହେବ ସେ ବିଷୟରେ ଆଲୋଚନା କରାଗଲା।ଆଗକୁ ଅଜିତା ମହିଳାଙ୍କୁ କିପରି ସ୍ୱାବଲମ୍ବୀ କରିପାରିବ,ସେଥିପାଇଁ ଅଜିତାର ଯୋଜନା ବିଷୟରେ ମଧ୍ୟ ଅଜିତାର ସଭାପତି ଆଲୋକପାତ କରିଥିଲେ।