ଆଜି ସମୟ ୨:୩୦ ଘଣ୍ଟା ସମୟରେ ପୁରୀ ହୋଟେଲ ସମ୍ମୁଖ ଗୋଲଡେନ ବିଚ ବେଳାଭୂମି ସମୁଦ୍ରରେ ଗାଧୋଇବା ସମୟରେ ପଶ୍ଚିମବଙ୍ଗରୁ ଆସିଥିବା ମାଧ୍ୟବ ଚକ୍ରବର୍ତ୍ତୀ ଓ ତାଙ୍କ ସ୍ତ୍ରୀ ସୁନିତା ଚକ୍ରବର୍ତ୍ତୀ ସମୁଦ୍ର ଢେଉରେ ଭାଷିଗଲେ । ଲୋକମାନେ ପାଟିତୁଣ୍ଡ କରିବକୁ ଲାଗିଲେ ସେହି ସମୟରେ ପାଖରେ କୋୖଣସି ସେଫଗାର୍ଡ ନଥିଲେ । ଅନ୍ୟ କୋୖଣସି କଥାକୁ ଭୁଯେପ ନକରି ଉପସ୍ଥିତ ଥିବା ତଥା ପଂହାର ଜାଣିଥିବା ବଲାଙ୍ଗୀର ଜିଲ୍ଲାର ଡେଙ୍ଗ ହାଇସ୍କୁଲର କାର୍ଯ୍ୟରତ ଶିକ୍ଷକ ତଥା ରେଡ଼କ୍ରସକର୍ମୀ ରାମ ନାରାୟଣ ଦାଶ ସମୁଦ୍ରରୁ ଭିତରକୁଯାଇ ଉଭୟଙ୍କୁ କୂଳକୁ ଆଣିଥିଲେ ଉଭୟଙ୍କ ଚେତା ନଥିଲା । ପରେ ବଲାଙ୍ଗୀର ଜିଲ୍ଲାର ଅଙ୍କରିଆପଦର ହାଇସ୍କୁଲର ଜୁନିୟର ରେଡ଼କ୍ରସକ କାଉନସେଲର ତଥା ଫାଷ୍ଟଏଡ଼ର ରଶ୍ମିରାଣୀ ଦାଶଙ୍କ ସହଯୋଗରେ କ୍ରାଉଡ଼ ମେନେଜମେଂଟ କରିବା ସହ
ଫାଷ୍ଟଏଡ଼ ଦେଲାପରେ ଉଭୟ ଚେତା ଆସିଲା । ରେଡ଼କ୍ରସକର୍ମୀଙ୍କ ତକ୍ଷଣାତ ସମୁଦ୍ରରୁ ଭିତରକୁଯାଇ ନିଜ ଜୀବନକୁ ବାଜି ଲଗାଇ , ଅନ୍ୟର ଜୀବନ ବଞ୍ଚାଇଥିବା କାର୍ଯ୍ୟକୁ ଦୁର୍ଘଟଣାରେ ବ୍ୟକ୍ତିଙ୍କ ଆତ୍ମୀୟଜନ, ଫୋଟୋଗ୍ରାଫର ବପୁଜୀ ରାଓ, କେ. ବାବୁ, ୟୁ ଚନ୍ଦ୍ର ରାଓ ତଥା ଉପସ୍ଥିତ ଜନସାଧାରଣ ପ୍ରଶଂସା କରିଥିଲେ ।