
ଜୟପାଟଣା – ଜୟପାଟଣା ଉମା ଶଙ୍କର ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ବର୍ଷ ୨୦୧୯ ପାଇଁ ସୁରଭି କାର୍ଯ୍ୟକ୍ରମ ମହା ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି । ଲୁକ୍କାୟିତ ପ୍ରତିଭା ମାନଙ୍କୁ ସୁଦୁର ପ୍ରସାରି କରିବାର ଲକ୍ଷ୍ୟ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଜାଗୃତି ଆଣିବା ପାଇଁ ଉଦ୍ଦିଷ୍ଟ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ବଛା ବଛା ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ରାଷ୍ଟ୍ରୀୟ ଲକ୍ଷ୍ୟକୁ ଆଧାର କରି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ରେକର୍ଡ଼ ଡ଼୍ୟାନ୍ସ୍ ମାଧ୍ୟମରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ବି.ଆର୍.ସି.ସି. କରୁଣା କର ବାଗ ଅଧ୍ୟକ୍ଷତା କରିଥିବା ବେଳେ ତହସିଲଦାର ଟି.ପୋଟା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ବିଜୟ କୁମାର ସିଂ, ବି.ଇ.ଓ. ପ୍ରଶାନ୍ତ କୁମାର ଖମାରୀ, ଅସରଫ ଅଲ୍ଳୀ, ବରିଷ୍ଠ ବୈଷୟିକ ପରାମର୍ଶଦାତା ମାଧମ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସି.ଆର୍.ସି.ସି. ଦିବାକର ପଟ୍ଟନାୟକ ଓ ଲଲିତ କୁମାର ନାଏକ ମଞ୍ଚ ପରିଚାଳନା କରିଥିଲେ ।