
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମରେ ଗତକାଲି ରାତିରେ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ଭାବେ ଗଚ୍ଛିତ ଥିବା ୫୦ ବସ୍ତା ବାଣ ଜବତ କରାଯାଇଛି । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
ବିଶେଷ ସୂତ୍ରରୁ ଖବର ପାଇ ଆସିକା ଏସଡ଼ିପିଓ ଉମାଶଙ୍କର ସିଂଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଓ ଥାନା ଷ୍ଟାଫ୍ ଏହି ଚଢ଼ଉରେ ସାମିଲ୍ ଥିଲେ ।