ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ କରି ପବିତ୍ର ମିଲାଦ-ଉନ-ନବି ଅବସରରେ ଶ୍ରଦ୍ଧାଳୁ ଓ ଦେଶବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏଥି ସହିତ ସର୍ବତ୍ର ଶାନ୍ତି ଓ ସମୃଦ୍ଧି ବଜାୟ ରହୁ । ସର୍ବଦା ସମସ୍ତଙ୍କ ମଧ୍ୟରେ ଦୟା ଓ ଭାଇଚାରାର ଭାବ ରହୁ ବୋଲି ସେ ପ୍ରାର୍ଥନା କରିବା ସହ ସମସ୍ତଙ୍କୁ ଇଦ୍ ମୁବାରକ୍ ଜଣାଇଛନ୍ତି ।