
-
୧୨ ଦିନ ପରେ ମାଟିତଳୁ ମିଳିଲା ଚେନ୍, ପାଉଁଜି ଓ ପାଉଁଶ
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜାତୀୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏନେଇ ଧାରଣା ଦିଆଯାଇଥିଲା । ମାମଲାରେ ଉଭୟ ବଲାଙ୍ଗିର ଓ କଳାହାଣ୍ଡି ପୋଲିସର ତନାଘନା ତଦନ୍ତ ଜାରି ରହିଥିବା ବେଳେ ୨କଲେଜର ପ୍ରିନ୍ସିପାଲ ରଞ୍ଜିତ ସାହୁ, ଗୋବିନ୍ଦର ସଲା, ଦୁଇହଳିଆ ଓ ଜେସିବି ମେସିନ ଚାଳକକୁ ଉଠାଇ ନେଇ ପଚରା ଉଚରା ପରେ ସବୁ ତଥ୍ୟ ମିଳିବା ପରେ ଗତକାଲି ସନ୍ଧ୍ୟା ଆଠଟା ସମୟରେ ଦୁଇ ପ୍ଲାଟୁନ ଫୋର୍ସ ସହ ମିନି ଷ୍ଟାଡିୟମକୁ ରାତି ସାରା ଘେରା ବନ୍ଦିକରି ଜଗିରହିଥିଲା ପୋଲିସ । ଆଜି ସକାଳେ ମହାଲିଙ୍ଗ ସ୍କୁଲ ପାଖରେ ଥିବା ମିନି ଷ୍ଟାଡିୟମରେ ଅଧ୍ୟକ୍ଷାଙ୍କୁ ମାରିକି ପୋତି ଦେଇଥିବା ସ୍ଥାନକୁ ଚିହ୍ନଟ କରାଯିବା ପରେ ଜେସିବି ଦ୍ୱାରା ମାଟି ଖୋଳା ଯାଇଥିଲା । ପାଖାପାଖି ଦଶରୁ ବାର ଫୁଟ୍ ମାଟି ଖୋଳିବା ପରେ ନିଖୋଜ ଅଧ୍ୟକ୍ଷାଙ୍କ ଗୋଟିଏ ଚେନ , ପାଉଁଜି, ଛୋଟ ବ୍ୟାଗ, ଲୁଣ ପକେଟ, ବେଞ୍ଚ ଡେସ୍କର ପୋଡ଼ାକାଠ ମିଳିବା ସହ ପାଉଁଶ ମଧ୍ୟ ମିଳିଥିଲା । ପୋଲିସ ଏସବୁକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଘଟଣା ପଛରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ପୋଲିସ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି ।