
ଘସିପୁରା, କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅନ୍ତର୍ଗତ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟରେ ଆଜି ପୂର୍ବାହ୍ନରେ ବାଇକ୍ ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ବାଇକ୍ ଚାଳକ ଜଣକ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ସାଇଁକୂଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହରିଣର ମୃତଦେହ ଉଦ୍ଧାର କରିଛନ୍ତି ।