
ଅକ୍ଟୋବର ମାସ ୨୮ ତାରିଖ ଠାରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ସତର୍କତା ଜାଗରଣ ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଠାରେ “ସଂହତି – ଜୀବନର ଏକ ମାର୍ଗ” ସମ୍ବନ୍ଧରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଅଛି ଯେଉଁଥିରେ ସମ୍ବୋଧନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ କର୍ମକ୍ଷେତ୍ରରେ ସଂହତି ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ I ରେଳପଥର ପ୍ରମୁଖ ପରିଚାଳନା ପ୍ରବନ୍ଧକ ଶ୍ରୀ ଦେବରାଜ ପଣ୍ଡା, ପ୍ରମୁଖ ଯନ୍ତ୍ରୀ ଶ୍ରୀ ଏନ.ଏସ. ଉଇକେ, ପ୍ରମୁଖ ବିତ୍ତ ପରାମର୍ଶ ଦାତା ତଥା ମୁଖ୍ୟ ଲେଖା ଅଧିକାରୀ ଶ୍ରୀ ରବି ମିତ୍ର, ମୁଖ୍ୟ ଯାତ୍ରୀ ପରିଚାଳନା ପ୍ରବନ୍ଧକ ଶ୍ରୀ ଏସ. କପିଲ ଏବଂ ମୁଖ୍ୟ କାର୍ମୀକ ଅଧିକାରୀ (ପ୍ରଶାସନ) ଶ୍ରୀ ପ୍ରଭାତ ପ୍ରକୂଖ ଏହି ସେମିନାରରେ ଯୋଗଦାନ କରି ସଂହତିର ସଂଜ୍ଞା ସହିତ ମାନବ ସମାଜରେ ଦୈନନ୍ଦିନ କାର୍ଯ୍ୟକ୍ଷେତ୍ରରେ ଏହାର ସୁ ଓ କୁ ପ୍ରଭାବ ସମ୍ବନ୍ଧରେ ଆଲୋକପାତ କରିଥିଲେ I ପୂର୍ବତଟ ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ତଥା ପ୍ରମୁଖ ସତର୍କତା ଅଧିକାରୀ ଶ୍ରୀ ହେମନ୍ତ କୁମାର ଦତ୍ତ ମଣିଷର ଚାହିଦା ମେଣ୍ଟାଇବାପାଇଁ ସଂହତିକୁ ଅନୁକରଣ କରି ଦରକାରୀର ଉପରସ୍ତରକୁ କିଭଳି ଭାବେ ଯାଇହେବ ସେ ସମ୍ବନ୍ଧରେ କହିଥିଲେ I ଏହି ସେମିନାରରେ ସମସ୍ତ ପ୍ରମୁଖ ଅଧିକାରୀମାନଙ୍କ ସହିତ ବରିଷ୍ଠ ରେଳବାଇ ଅଧିକାରୀ ଏବଂ ସତର୍କତା ଅଧିକାରୀମାନେ ଯୋଗଦେଇଥିଲେ I ଉପମୁଖ୍ୟ ସତର୍କତା ଅଧିକାରୀ (ଯାତାୟାତ) ଶ୍ରୀ ଏମ.ଆର. ଆଚାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I