
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏବଂ କଟକ ସ୍ଥିତ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ର ସହଯୋଗରେ ପୁରୀରେ ଏକ ନୂତନ ଚକ୍ଷୁ ଯତ୍ନକେନ୍ଦ୍ର ଆରମ୍ଭ କରାଯାଇଛି। ସ୍ଥାନୀୟ ରମାବଲ୍ଲଭ ରୋଡସ୍ଥ ରୋଟାରୀ କମ୍ୟୁନିଟି ସେଣ୍ଟର ପରିସରରେ ଏହି କେନ୍ଦ୍ର କେବଳ ସୋମବାର ବ୍ୟତିତ ଅନ୍ୟ ସମସ୍ତ ଦିବସ ରେ ପୂର୍ବାହ୍ନ ୧୦ ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଅତ୍ୟାଧୁନିକ ଯନ୍ତ୍ରପାତି ଓ ସରଞ୍ଜାମ ର ସହାୟତା ରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଓ ଅଭିଜ୍ଞ ଚିକିତ୍ସକ ଆଖିର ପାଓ୍ବାର, ମୋତିଆବିନ୍ଦୁ ଓ ଗ୍ଲୁକୋମି ସମେତ ଚକ୍ଷୁ ସମ୍ବନ୍ଧୀୟ ସମସ୍ତ ରୋଗ ନିରୂପଣ କରି ଆବଶ୍ୟକ ପରାମର୍ଶ ପ୍ରଦାନ କରିବେ। ବିପିଏଲ୍ କାର୍ଡ଼ଧାରୀ ଙ୍କ କ୍ଷେତ୍ରରେ ମାଗଣାରେ ମୋତିଆବିନ୍ଦୁ ବା କାଟାରାକ୍ଟ ଅପରେସନ ର ମଧ୍ୟ ବ୍ୟବସ୍ଥା କରାଯିବ। ପରାମର୍ଶ ପାଇଁ ରୋଗୀ ପ୍ରତି ମାତ୍ର ୨୦ ଟଙ୍କା ଫି ଆଦାୟ ର ବ୍ୟବସ୍ଥା କରାଯାଇଛି।ରବିବାର ଦିନ କେନ୍ଦ୍ର ର ଲୋକାର୍ପଣ ଅବସରରେ ସମ୍ମୁଖ କରୋନା ଯୋଦ୍ଧା କୁହାଯାଉଥିବା ପୁରୀ ର ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ପରିବାର ସଦସ୍ୟ ଙ୍କ ସମେତ ଶତାଧିକ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ର ବିଶେଷଜ୍ଞ ଡାକ୍ତର ଅଞ୍ଜଲିକା ଏବଂ ବରିଷ୍ଠ ଅପ୍ଟୋମେଟ୍ରିଷ୍ଟ ଅର୍କଦୀପ୍ ମାଇତୀ ଓ ସୁପ୍ରଭାତ ବେରା ସମସ୍ତଙ୍କର ଚକ୍ଷୁସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଚିକିତ୍ସାଳୟ ର ଅଧ୍ୟକ୍ଷ ସୁଶାନ୍ତ ମହାନ୍ତି, କଟକ ରୋଟାରୀ କ୍ଲବର ସଭାପତି ପାର୍ଥସାରଥୀ ଚାଟ୍ଟାର୍ଜୀ ଏବଂ ମହେନ୍ଦ୍ର ନାୟକ କେନ୍ଦ୍ରରେ ଉପସ୍ଥିତ ଥିଲେ। ପୁରୀ ରୋଟାରୀ ଚକ୍ଷୁ ଯତ୍ନକେନ୍ଦ୍ରର ଅଧ୍ୟକ୍ଷ ବିଜୟ କୁମାର ପତି ଓ ପୁରୀ ରୋଟାରୀ କ୍ଲବ୍ ର ସଭାପତି ବଦ୍ରୀ ନାରାୟଣ ପାତ୍ରଙ୍କ ସମେତ କ୍ଲବର ସଦସ୍ୟ ଗୋକୁଳାନନ୍ଦ ପଟ୍ଟନାୟକ, ନରେନ୍ଦ୍ର ପାତ୍ର, ପ୍ରଦୀପ ଦାସ, କୃଷ୍ଣପ୍ରିୟା ଆଚାର୍ଯ୍ୟ, ଜୟ ଦାସଗୁପ୍ତା, ଯୁଗବ୍ରତ କର, ସନ୍ତୋଷ କୁମାର ପାତ୍ର, ତପନ କୁମାର ଦାଶ, ଶୁଭ୍ରାଂଶୁ ଶେଖର ମହାପାତ୍ର, ରାମ ନାରାୟଣ ପୂଜାପଣ୍ଡା, ନାରାୟଣ ଦାଶ, ଭକ୍ତଚରଣ ଦାସ, ଭୀମସେନ ପାତ୍ର, ପ୍ରମୋଦ ଆଚାର୍ଯ୍ୟ, ଅମ୍ବିକା ପ୍ରସାଦ ଦାସ, ରବି ନାରାୟଣ ପଟ୍ଟନାୟକ, ଅରବିନ୍ଦ ସିହ୍ନା, ରାକେଶ ପଣ୍ଡା, ଶୈଳେଶ ବେହେରା, କମଳେନ୍ଦୁ ଦାଶ, ସୁରେଶ ଚନ୍ଦ୍ର ପ୍ରହରାଜ ଓ ଜଗନ୍ନାଥ ପ୍ରତିହାରୀ ଏବଂ ପୁରୀ ଇନରହ୍ବିଲ୍ କ୍ଲବ୍ ର ସଭାନେତ୍ରୀ ସୁଖଜିତ୍ ସିଦ୍ଧୁ କର ପ୍ରମୁଖ ଲୋକାର୍ପଣ ଦିବସରେ ଉପସ୍ଥିତ ରହି କେନ୍ଦ୍ର ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।