
-
ସ୍ୱଦେଶ ଦର୍ଶନ ଯୋଜନା ଅନ୍ତର୍ଗତ‘ବୁଦ୍ଧିଷ୍ଟସର୍କିଟ’ରେଓଡ଼ିଶାକୁ
-
ସାମିଲକରିବା ପାଇଁ ଅନୁରୋଧ କଲେକେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ସ୍ୱଦେଶ ଦର୍ଶନ ଯୋଜନାରେଘୋଷଣାହୋଇଥିବା ‘ବୁଦ୍ଧିଷ୍ଟସର୍କିଟ’ରେଓଡ଼ିଶାରାଜ୍ୟକୁସାମିଲକରିବା ପାଇଁବ୍ୟକ୍ତିଗତହସ୍ତକ୍ଷେପ କରିବାକୁକେନ୍ଦ୍ରସଂସ୍କୃତିଓ ପର୍ଯ୍ୟଟନ ମନ୍ତ୍ରୀଜି. କିଷାନ ରେଡ୍ଡୀଙ୍କୁପତ୍ରଲେଖିଅନୁରୋଧ କରିଛନ୍ତିକେନ୍ଦ୍ରଶିକ୍ଷା, ଦକ୍ଷତାବିକାଶଏବଂ ଉଦ୍ୟମିତାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ରମନ୍ତ୍ରୀଶ୍ରୀ ପ୍ରଧାନ ପତ୍ରରେଉଲ୍ଲେଖକରିଛନ୍ତି ଯେ ସ୍ୱଦେଶ ଦର୍ଶନ ଯୋଜନାରେଭାରତସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ୫ଟି ରାଜ୍ୟରେ‘ବୁଦ୍ଧିଷ୍ଟସର୍କିଟ’ରବିକାଶ ପାଇଁ୩୨୫.୫୩କୋଟିଟଙ୍କାର୫ଟି ପ୍ରକଳ୍ପକୁମଞ୍ଜୁରୀ ଦେଇଛି ।ଏହି୫ଟି ରାଜ୍ୟଗୁଡ଼ିକହେଲା ମଧ୍ୟପ୍ରଦେଶ, ଉତରପ୍ରଦେଶ, ବିହାର, ଗୁଜରାଟଏବଂ ଆନ୍ଧ୍ରପ୍ରଦେଶ ।ତେବେଓଡ଼ିଶାରେସମୃଦ୍ଧ ବୌଦ୍ଧ ପରମ୍ପରା ଓ ପୂଣ୍ୟବୌଦ୍ଧ ପୀଠ ଥିବାସତ୍ୱେଏହାକୁବୁଦ୍ଧ ସର୍କିଟରେସାମିଲକରାନଯିବାଏବଂଏହିଯୋଜନା ଅନ୍ତର୍ଗତ ପବିତ୍ରବୌଦ୍ଧ ପୀଠ ପାଇଁକୌଣସି ପ୍ରକଳ୍ପ ନିମନ୍ତେ ଅନୁଦାନ ନମିଳିବାଚିନ୍ତାଜନକ ।ଓଡ଼ିଶାରେବୌଦ୍ଧ ଧର୍ମରଇତିହାସସମ୍ପର୍କରେଶ୍ରୀ ପ୍ରଧାନ ପତ୍ରମାଧ୍ୟମରେ ଅବଗତକରାଇବାସହକହିଛନ୍ତି ଯେ ଧର୍ମବିଚାରଧାରା ଆସିବାସମୟରୁଓଡ଼ିଶାରେବୌଦ୍ଧ ଧର୍ମରହିଆସିଛି । ଅଷ୍ଟମରୁ ଦଶମଶତାବ୍ଦୀ ପର୍ଯ୍ୟନ୍ତ ଭୌମକରବଂଶରଶାସନ କାଳରେରାଜ୍ୟରେବୌଦ୍ଧ ଧର୍ମରବିବେଚନାକରାଯାଇଥିଲା ।ଓଡ଼ିଶାର ଦୁଇବ୍ୟବସାୟୀତପସୁଏବଂଭଲ୍ଲିକଙ୍କସହିତବୁଦ୍ଧ ଭଗବାନଙ୍କସହସମ୍ବନ୍ଧ ଥିଲା ।ବିଭିନ୍ନକିମ୍ବଦନ୍ତୀରୁଜଣାପଡ଼ିଛି ଯେରାଜ୍ୟରେକଳିଙ୍ଗ ଯୁଦ୍ଧ ପୂର୍ବରୁଯୋଦ୍ଧାଅଶୋକାଙ୍କନେତୃତ୍ୱରେବୌଦ୍ଧ ଧର୍ମର ପ୍ରଚାରପ୍ରସାରହୋଇଥିଲା ।ଚୀନ ପରିବ୍ରାଜକହୁଏନ ସାଂଙ୍କବୌଦ୍ଧ ଧର୍ମଏବଂଓଡ଼ିଶାସମ୍ପର୍କିତଲେଖାରାଜ୍ୟରେବୌଦ୍ଧ ଧର୍ମରଗୌରବମୟ ଅଧ୍ୟାୟକୁ ପୁର୍ନଜୀବିତକରେ ।ବୌଦ୍ଧ ଧର୍ମର ପ୍ରଭାବଓଡ଼ିଶାରଲୋକଙ୍କସାମାଜିକ –ସାସ୍କୃତିକଜୀବନରେ ଦେଖିବାକୁମିଳିଥାଏ । ଓଡ଼ିଶାରବିଭିନ୍ନସ୍ଥାନରେବହୁ ପ୍ରସିଦ୍ଧ ବୌଦ୍ଧସ୍ଥଳି ତଥା ବୌଦ୍ଧପୀଠରହିଅଛି । ଧଉଳଗିରି, ଲଳିତଗିରି, ଉଦୟଗିରି, ରତ୍ନଗିରିଏବଂଜିରାଙ୍ଗଠାରେବୌଦ୍ଧ କୀର୍ତିତଥା ପରମ୍ପରାବାବଦରେ ସ୍ପଷ୍ଟ ଚିତ୍ର ପ୍ରଦାନ କରେ । ଏ ସବୁବୃହତଭାବରେ ଆନ୍ତର୍ଜାତିକ ପର୍ଯ୍ୟଟକବିଶେଷଭାବରେ ପୂର୍ବଏବଂ ଦକ୍ଷିଣ ପୂର୍ବଏସିଆ ଓ ଉତର ପୂର୍ବ, ହିମାଂଚଳ ପ୍ରଦେଶ ଏବଂ ଲଦାଖ ତଥା ଦେଶର ପର୍ଯ୍ୟଟନ କ୍ଷେତ୍ରରେଗୁରୁତ୍ୱବହନ କରୁଛି ।ତେବେରାଜ୍ୟରେ ଥିବାବୌଦ୍ଧ ପୁଣ୍ୟପୀଠମାନଙ୍କରେ ପର୍ଯ୍ୟଟକଙ୍କ ପାଇଁବିଶେଷଭାବରେଯୋଗାଯୋଗ, ଯାତାୟତଏବଂମୌଳିକସୁବିଧାରବ୍ୟବସ୍ଥାହୋଇନାହିଁ ।ତେଣୁ ଅପାରସମ୍ଭାବନାରଖୁଥିବା ପବିତ୍ରବୌଦ୍ଧସ୍ଥଳିଗୁଡ଼ିକରେ ପର୍ଯ୍ୟଟନରବିକାଶଏବଂ ପର୍ଯ୍ୟଟକଙ୍କବୃଦ୍ଧି ପାଇଁସ୍ୱଦେଶ ଦର୍ଶନ ଯୋଜନାରେ ପ୍ରସ୍ତାବିତ‘ବୁଦ୍ଧିଷ୍ଟସର୍କିଟ’ରେଓଡ଼ିଶାକୁସାମିଲକରିବା ପାଇଁବ୍ୟକ୍ତିଗତହସ୍ତକ୍ଷେପ କରିବାକୁଶ୍ରୀ ପ୍ରଧାନ କେନ୍ଦ୍ରସଂସ୍କୃତିମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ପର୍ଯ୍ୟଟନ ସ୍ଥଳିରବିକାଶହେଲେଓଡ଼ିଆଲୋକଙ୍କଜୀବନଜୀବିକାରେଉନ୍ନତି ଆସିପାରିବବୋଲିସେକହିଛନ୍ତି ।