
ନୂଆଦିଲ୍ଲୀ, ଆନ୍ତର୍ଜାତିକ ଦାରିଦ୍ର୍ୟ ଦୂରିକରଣ ଦିବସରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏକ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତଙ୍କ ପାଇଁ ଜୀବିକା ନିର୍ବାହର ସ୍ଥାୟୀ ସ୍ରୋତ ଉପଲବ୍ଧ କରାଇବା ନେଇ ପ୍ରୟାସ କରାଯିବା ଉଚିତ୍ । ବିପନ୍ନତାରୁ ମୁକ୍ତ ଏକ ଆଦର୍ଶ ସମ୍ପନ୍ନ ସମାଜ ଗଠନ କରିବା ଆମର ଲକ୍ଷ୍ୟ । ଅନ୍ୟପକ୍ଷରେ ମହାତ୍ମା ଗାନ୍ଧିଙ୍କ ମତ ‘ଦାରିଦ୍ର୍ୟ ହିଂସାର ସବୁଠାରୁ ବିକୃତ ରୂପ’ ବୋଲି ସେ ଉଲ୍ଲେଖ କରିଛନ୍ତି ।