
ନୂଆଦିଲ୍ଲୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ଯେ, କେରଳରେ ଭୀଷଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଆମେ ନିରନ୍ତର ଭାବେ ପରିଚାଳନା କରୁଛୁ । ବନ୍ୟା ବିପନ୍ନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ । ଉଦ୍ଧାର କାର୍ଯ୍ୟ ନିମନ୍ତେ ଏନଡିଆରଏଫ ଟିମ୍ କୁ ମଧ୍ୟ ସେଠାକୁ ପଠାଯାଇ ସାରିଛି । ଭଗବାନଙ୍କ ନିକଟରେ ପ୍ରାର୍ଥନା ସମସ୍ତେ ନିରାପଦରେ ଥାଆନ୍ତୁ ।