ପୁରୀ, ଆଜି ସକାଳୁ ପୁରୀ ରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଝିପି ଝିପି ବର୍ଷା ସହ ସାଇଁ ସାଇଁ ପବନ ବୋହୁଛି । ବଡଦାଣ୍ଡରେ ଖରା ଓ ବର୍ଷାର ଲୁଚକାଳି ଖେଳ ଦେଖିବାକୁ ମିଳିଛି । ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ଥିଲେ ମଧ୍ୟ ବଡ଼ଦାଣ୍ଡ ଓ ସମୁଦ୍ର କୂଳେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଛି । ପର୍ଯ୍ୟଟକମାନେ ଝିପି ଝିପି ବର୍ଷାରେ ସମୁଦ୍ର ସ୍ନାନର ମଜା ନେଉଛନ୍ତି । ପୁରୀ, କୋଣାର୍କ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲିରେ ମଧ୍ୟ କେତେକ ସ୍ଥାନରେ ବର୍ଷା ହୋଇଛି ।