ପୁରୀ, news ଜିଲାରେ ଚାଷିମାନେ ସେମାନଙ୍କ ବିଲରେ ପବିତ୍ର ଗର୍ଭଣା ସଂକ୍ରାନ୍ତି ପାଳନ କରିଛନ୍ତି । ତୁଳା ମାସ ସଂକ୍ରାନ୍ତିରେ ଗର୍ଭଣା ସଂକ୍ରାନ୍ତି ପଡିଥାଏ । ଧାନ ଗଛରେ ଧାନକେଣ୍ଡା ବାହାରିଥାଏ । ଚାଷି ଗର୍ଭଣା ଗଛର ଡାଳ ବିଲରେ ପୋତି ପୂଜା କରିବା ଓଡିଶା ଚାଷି କୁଳରେ ରହିଛି । ବିଶ୍ୱାସ ରହିଛି, ଏହି ପୂଜା କଲେ ଧାନ ଭଲ ଫଳିଥାଏ । ଗର୍ଭଣାଗଛର ଡାଳରେ ଔଷଧିୟ ଗୁଣ ଥିବାଯୋଗୁଁ ଧାନରେ ରୋଗପୋକ ଲାଗିନଥାଏ ବୋଲି ବିଶ୍ୱାସ ରହିଛି । ଚାଷି ସକାଳୁ ସ୍ନାନ ସାରି କ୍ଷେତକୁ ପୂଜା ପାଇଁ ଯାଇଥାଏ । ପୁରୀ ଜିଲ୍ଲାରେ ଚାଷି ମାନେ ଏହି ପର୍ବ ପାଳନ କରିଥିଲେ ।