
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପଟ୍ଟଚିତ୍ର ଏକ ଓଡ଼ିଆ ସଂସ୍କୃତିର କଳା। ପଟ୍ଟଚିତ୍ର ପାଇଁ ପୁରୀର ରଘୁରାଜପୁର ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ବିନା ପ୍ରଶିକ୍ଷଣରେ ଚମତ୍କାର ପଟ୍ଟଚିତ୍ର ଆଙ୍କୁ ଛନ୍ତି ଖୋର୍ଦ୍ଧା ଜିଲ୍ଲାର ଏସ୍ ଡି ଏ ସେକେଣ୍ଡାରୀ ସ୍କୁଲ୍ ର ନବମ ଶ୍ରେଣୀ ର ଛାତ୍ର ଆଶୁତୋଷ ଚୌଧୁରୀ ।ଆଜି ଶାରଦୀୟ ପୂଜା ର ଏକାଦଶୀ ଅବସରରେ ପୁରୀ ର ମାନନୀୟ ଆରକ୍ଷୀ ଅଧିକ୍ଷକ ଡାକ୍ତର କେ ବିଶାଳ ସିଂ ଙ୍କୁ ଏକ ଦୁର୍ଗା ଙ୍କ ପଟ୍ଟଚିତ୍ର ପ୍ରଦାନ କରିଛନ୍ତି। ମାନନୀୟ ଆରକ୍ଷୀ ଅଧିକ୍ଷକ ଶିଳ୍ପୀ ଚୌଧୁରୀ ଙ୍କ ପଟ୍ଟଚିତ୍ର କଳା କୁ ଦେଖି ଅଭିଭୂତ ହେବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ଓ ମାନନୀୟ ଆରକ୍ଷୀ ଅଧିକ୍ଷକ ମଧ୍ୟ ଶିଳ୍ପୀ ଙ୍କୁ ଏକ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ଏହି ସମୟ ରେ ପୁରୀ ର ସାମାଜିକ କର୍ମୀ ସତ୍ୟ ନାରାୟଣ ସାହୁ ଓ ଦେବରାଜ ଦାସ ଉପସ୍ଥିତ ଥିଲେ। ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ କୁହନ୍ତି ପଟ୍ଟଚିତ୍ର ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଲାଣି କିନ୍ତୁ ସରକାର ଏ ଶିଳ୍ପୀ ମାନକ ପାଇ କିଛି ପ୍ରଶିକ୍ଷଣ ର ବ୍ୟବସ୍ଥା କରୁନାହାନ୍ତି। ସେ ସେଥିପାଇଁ ପ୍ରଶାସନିକ ଅଧିକାରୀ ଙ୍କୁ ଭେଟି ନିଜ କଳା କୃତି ପ୍ରଦାନ ସହ ତାଙ୍କ ଦୃଷ୍ଟି କୁ ଆଣୁଥିବା ସେ କହିଛନ୍ତି।