ନୂଆଦିଲ୍ଲୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଟ୍ୱିଟ୍ କରି ଦୈନିକ ଜାଗରଣ ଗୃପ୍ ର ଅଧ୍ୟକ୍ଷ ଯୋଗେନ୍ଦ୍ର ମୋହନ ଗୁପ୍ତାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ସାମ୍ବାଦିକତା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ଦୈନିକ ଜାଗରଣ ଗୃପ୍ ର ଅଧ୍ୟକ୍ଷ ଭାବେ ସେ ଏହି ସମୂହକୁ ଏବଂ ନିରପେକ୍ଷ ସାମ୍ବାଦିକତାକୁ ଆଗକୁ ବଢାଇବା ଦିଗରେ ଭରପୁର ପ୍ରୟାସ କରିଥିଲେ । ଯୋଗେନ୍ଦ୍ର ମୋହନଙ୍କ ବିୟୋଗରେ ତାଙ୍କ ପରିଜନ ଏବଂ ଜାଗରଣ ସମୂହ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି ।