ଭୁବନେଶ୍ୱର, ତୈଳ ଦରରେ କ୍ରମାଗତ ବୃଦ୍ଧି ଫଳରେ ରାଜ୍ୟ ସରକାର ବସ୍ ଭଡା ବୃଦ୍ଧି କରିଛନ୍ତି । ରାଜ୍ୟ ପରିବହନ କର୍ତୃପକ୍ଷ ତରଫରୁ ସୂଚନା ଅନୁଯାୟୀ ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୩ ପଇସାରୁ ୯୬ ପଇସା ବଢିଛି ।
ସେହିପରି ଡିଲକ୍ସ ବସ୍ କିଲୋମିଟର ପ୍ରତି ଭଡ଼ା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ବସ୍ ଭଡ଼ା ୧ଟଙ୍କା ୫୭ ପଇସାରୁ ୧ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି । ଏହାସହ ସୁପର ପ୍ରିମିୟମ ବସ୍ ଭଡ଼ା ୨ଟଙ୍କା ୪୪ରୁ ବଢି ୨ ଟଙ୍କା ୫୩ ପଇସା ହୋଇଛି ।
ସୂଚନାଯୋଗ୍ୟ ରାଜଧାନୀ ଭୁବନେଶ୍ୱରେ ଆଜି ପେଟ୍ରୋଲର ଲିଟର ପିଛା ଦାମ ୫୨ ପଇସା ବଢ଼ିଛି । ସେହିପରି ଡିଜେଲ ୫୫ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ପିଛା ଦାମ ୧୦୬.୪୨ ଟଙ୍କା ଓ ଡିଜେଲ ଦର ୧୦୨.୭୭ ଟଙ୍କା ହୋଇଛି ।