ଭୁବନେଶ୍ୱର, ପାର୍ବଣ ସମୟରେ କରୋନାର କେତେ ପ୍ରଭାବ ପଡିଛି ତାହା ଆଗାମୀ ୭ ରୁ ୧୦ ଦିନ ଭିତରେ ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପାର୍ବଣରେ ଯେଉଁ ଭଳି ଭାବରେ ଲୋକମାନେ ଭିଡ଼ ଜମାଇଥିଲେ । ନିଶ୍ଚିନ୍ତ ଭାବରେ ଏହାର ପ୍ରଭାବ କରୋନା ସଂକ୍ରମଣ ଉପରେ ପକାଇବ । ଏନେଇ ସରକାର ପ୍ରସ୍ତୁତ ଅଛନ୍ତି । ଯଦି ସେଭଳି କିଛି ସଂକ୍ରମଣ ବଢ଼ିବାର ଆଶଙ୍କା ଦେଖାଯାଏ. ତେବେ ସର୍ଭେଲାନ୍ସକୁ ଜୋରଦାର କରାଯିବ । ଗ୍ରାମାଂଚଳରେ ଆଶା ଓ ସହରାଂଚଳରେ ମ୍ୟୁନିସିପାଲଟି କର୍ତୃପକ୍ଷ କଡ଼ା ନଜର ରଖିଛନ୍ତି । ସେଭଳି କିଛି ସଂକ୍ରମଣର ଆଭାସ ଆସିଲେ ସର୍ଭେଲାନ୍ସ କରାଯିବ । ଭିଡ଼କୁ ଯାଇଥିବା ଲୋକମାନଙ୍କର ଲକ୍ଷଣ ଆସିଲେ ସେମାନେ ପରୀକ୍ଷା କରେଇନେବା ଭଲ ।
ଅପରପକ୍ଷରେ ସ୍କୁଲ ଖୋଲିଲା ପରେ ଲକ୍ଷଣ ଥିବା ପିଲାଙ୍କ ଟେଷ୍ଟିଂ ହେବ । ଏହାଛଡ଼ା ସ୍କୁଲ ପିଲାଙ୍କ ଉପରେ ସର୍ଭିଲାନ୍ସ ଟିମ ନଜର ରଖିବ ଏବଂ ମନିଟରିଂ ହେବ ।