
କେନ୍ଦୁଝର , ରାଜ୍ୟର ପ୍ରତ୍ୟେକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବାପାଇିଁ ସରକାରଙ୍କର ବଡ ବଡ ଯୋଜନା ସଙ୍ଗକୁ ଆମ ଜିଲ୍ଲାବାସୀଙ୍କ ପାଇିଁ ରହିଛି ଡି.ଏମ୍ ଏଫ.ରେ ଯଥେଷ୍ଟ ଅର୍ଥ । ତଥାପି ଜିଲ୍ଲାର ଅଧିକାଂଶ ଅଂଚଳବାସୀ ଆଜି ବି ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇିଁ ଡହଳବିକଳ ହେବା ଯେତିକି ଦୁର୍ଭାଗ୍ୟପୁର୍ଣ୍ଣ ନୁହେଁ ଅଧିକନ୍ତୁ ସରକାରଙ୍କ ଆନ୍ତରିକତା ସଙ୍ଗକୁ ପ୍ରଶାସନିକ ଦକ୍ଷତା ଉପରେ ଅଙ୍ଗୁଳି ଉଠିବା ତତୋଧିକ ସ୍ୱଭାବିକ । ଅନୁରୁପ ଘଟଣା ଦେଖିବାକୁ ମିଳିଛି ଜିଲାର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା, ବସନ୍ତପୁର, ନୟାଗଡ, କୁଟୁଗାଁ ଗ୍ରାମପଂଚାୟତ ଗୁଡିକରେ । ଏହି ଅଂଚଳବାସୀ କେବଳ ପାନୀୟ ଜଳ ଟୋପାଏ ପାଇିଁ ନୁହେଁ ବଂର ସ୍ନାନ, ଶୌଚ ଆଦି ଅନ୍ୟାନ ଆନୁଷଙ୍ଗିକ କାର୍ଯ୍ୟ ସମ୍ପାଦନ ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ଅଂଚଳରେ ଜିଲା ଖଣିଜ ପାଣ୍ଠିର ଅର୍ଥରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କର ବସୁଧା ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଅଛି । ଯେଉଁଥିପାଇିଁ ଜଙ୍ଗଲାଚଂଳରେ ବିକ୍ଷିପ୍ତ ଭାବେ ରହୁଥିବା ଶହ ଶହ ଆଦିବାସୀ ପରିବାର ଏବେ ବି ଜଙ୍ଗଲାଚଂଳର ଖାଲୁଆସ୍ଥାନ ନାଳର ଚୂଆପାଣି ଉପରେ ନିର୍ଭରଶୀଳ ।
ଗ୍ରାମାଚଂଳ ବାସିନ୍ଦା ଜଳକଷ୍ଟ ଭୋଗୁଥିବା ବେଳେ, ଏବେ ଦାଉସାଧୁଛି ଆର୍ସେଲରର ଦବୁନାସ୍ଥିତ ବେନିଫିକେଶନ କାରଖାନାର ବର୍ଜ୍ୟବସ୍ତୁ ଓ ପାଇଖାନା ପାଣି । କମ୍ପାନୀ ନିକଟରେ ପ୍ଲାଣ୍ଟ ଭିତରେ ଥିବା ବହୁ ସଂଖ୍ୟକ ପାଇଖାନାର ପାଣି ଓ ବର୍ଜ୍ୟବସ୍ତୁର ପାଣି ଜଲପା ନାଳରେ ମିଶୁଥିବା ବେଳେ ସେଠାରୁ ପ୍ରାୟ ୩ କି.ମି ଦୂରରେ ପ୍ରବାହିତ ହୋଇ ବୈତରଣୀ ନଦୀରେ ମଧ୍ୟ ମିଶିଛି । ଏହି ଜଲପା ନାଳ ଓ ବୈତରଣୀ ନଦୀ ଉପରେ ସ୍ନାନ, ଶୌଚ, ଜଳସେଚନ ଓ ଅନ୍ୟାନ ପ୍ରାୟତଃ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ନୟାଗଡ, କୁଟୁଗାଁ, ମଲଦା ଆଦି ଗ୍ରାମ ପଂଚାୟତର ବହୁ ସଂଖ୍ୟାରେ ଅଧିବାସୀ ସମ୍ପୂର୍ଣ୍ଣ ନିର୍ଭରଶୀଳ ଅଟନ୍ତି । ଏବଂ ବହୁ ସଂଖ୍ୟାରେ ଆଦିବାସୀ ପରିବାର ଜଲପା ନାଳ କୂଳ ଓ ବୈତରଣୀ ନଦୀ କୂଳରେ ବହୁ ସଂଖ୍ୟାରେ ଚୂଆ ଖୋଳି ପାନୀୟ ଜଳ ସଂଗ୍ରହ କରିଥାନ୍ତି । ଏବେ ଆର୍ସଲର କାରଖାନାର ପାଇଖାନାର ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ପାଇଁ ଏହି ଆଦିବାସୀ ପରିବାର ଗୁଡିକ ବାଧ୍ୟ ହେଉଛନ୍ତି । ସ୍ନାନାଦି କାର୍ଯ୍ୟ ସହିତ ଜଲପା ନାଳର ମିଶ୍ରିତ ପାଇଖାନା ପାଣି ନୟାଗଡ ଖମାରକୁ ଚାଷାଦି କାର୍ଯ୍ୟରେ ଲଗାଯିବା ବ୍ୟତିତ ଅନ୍ୟ ଉପାୟ ନଥିବା କହିଛନ୍ତି ଗ୍ରାମଲୋକେ । ଜଲପା ନାଳ ପାଇଖାନା ପାଣିରେ ଦୂଷିତ ହେବା ନେଇ ନୟାଗଡ, କୁଟୁଗାଁ ଓ ମଲଦା ପଂଚାୟତବାସୀ ପୂର୍ବରୁ ଅନେକ ଥର କାରଖାନା କର୍ତୂପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ଆସୁଥିଲେ ବି କେହି ଶୁଣୁ ନଥିବା କହିଛନ୍ତିି । ଫଳରେ ପଂଚାୟତ ଗୁଡିକରେ ଏହି ପ୍ରଦୁଷିତ ପାଣି ଯୋଗୁଁ ପେଟରୋଗ, ଝାଡାରୋଗ ସହିତ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଥିବା ଦେଖାଯାଉଛି । ଏପରିକି ସ୍ୱାସ୍ଥ ବିଭାଗର ତଥ୍ୟନୁଶାରେ ଉକ୍ତ ଅଂଚଳଟି ମଧ୍ୟ ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ଜଣାଶୁଣା ଅଟେ । କାରଖାନାର ଏତାଦୃଶ୍ୟ ବେଆଇନ ମନମୁଖୀ କାର୍ଯକଳାପ ସଂପର୍କରେ ଅଭିଯୋଗ କାରଣରୁ ପଂଚାୟତବାସୀଙ୍କୁ ପୋଲିସ ମାଧ୍ୟମରେ ଧମକ ଦିଆଯାଉଥିବା ସହ କେତେକଙ୍କ ନାମରେ ମିଛକେଶ୍ ବାମେବାରୀ ଥାନାରେ ରୁଜୁ କରାଯାଇଥିବା ଜଣାପଡିଛି ।
ପ୍ରଦୂଷିତ ଜଲପା ନାଳ ଓ ବୈତରଣୀ ନଦୀ ନେଇ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇପାରିନଥିବା ବେଳେ କାରଖାନା କର୍ତୂପକ୍ଷ ଜେକେ ଶର୍ମା କହିଛନ୍ତି ଯେ ପାଇଖାନା ପାଣି ଜଲପା ନାଳକୁ ଛଡାଯାଉନାହିଁ । ବର୍ଷା ସମୟରେ ହୁଏତ ପାଇଖାନା ପାଣି ନାଳ ଭିତରକୁ ଯାଉଥାଇ ପାରେ, ତଥାପି ମୁଁ ଦେଖିବିି ।