ପୁରୀରୁ ୩୦.୧୦.୨୦୧୯ (ବୁଧବାର) ଦିନ ଏବଂ ହଟିୟାରୁ ୩୧.୧୦.୨୦୧୯ (ଗୁରୁବାର) ଦିନ
ଛଟ ପୂଜା ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ସ୍ୱତନ୍ତ୍ର ଟ୍ରେନ
ହଟିୟାକୁ ଯିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ ପୁରୀରୁ ଅପରାହ୍ନ ୧ଘ.୩୦ମି.ରେ ଛାଡି ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁରସିଟି, ଝାରସୁଗୁଡା, ରାଉରକେଲା ମାର୍ଗଦେଇ ଯାତ୍ରା କରିବ I ଫେରିବା ପଥରେ ଏହି ଟ୍ରେନ ହଟିୟାଠାରୁ ଗୁରୁବାର ପୂର୍ବାହ୍ନ ୯ ଘଟିକାରେ ଛାଡି ପୁରୀ ଯାତ୍ରା କରିବ I
ଏହି ସ୍ୱତନ୍ତ୍ର ଟ୍ରେନ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼/ରାଉରକେଲା ଅଞ୍ଚଳର ଯାତ୍ରୀମାନଙ୍କୁ ସହାୟତା ଯୋଗାଇଦେବ I
ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ୦୩ଟି ଏସି-୩ ଟାୟାର, ୧୦ଟି ସ୍ଲିପର କ୍ଲାସ, ୦୪ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଅଛି I ଯାତ୍ରୀମାନେ ରେଳବାଇ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ଓ ବୁକିଂ କାଉଣ୍ଟର ଏବଂ ମୋବାଇଲ ଓ ଆଇଆରସିଟିସି ୱେବସାଇଟ ରୁ ଟିକେଟ ବୁକ କରିପାରିବେ I
ଏହା ବ୍ୟତୀତ, ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ଠାରୁ ପାଟନା ଓ ଭାଗଲପୁରକୁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି I
୦୮୪୨୩/୧୮୪୨୪ ପୁରୀ-ପାଟନା-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଅକ୍ଟୋବର ୨୬ ଓ ନଭେମ୍ବର ୨ ତାରିଖ (ଶନିବାର) ପୂର୍ବାହ୍ନ ୯ଘ.୨୫ମି.ରେ ଛାଡି ପାଟନା ଠାରେ ତା ପରଦିନ ସକାଳ ୬ଘ.୧୫ମି.ରେ ପହଁଚୁଛି I ଫେରିବା ପଥରେ ଏହି ଟ୍ରେନ ପାଟନା ଠାରୁ ଅକ୍ଟୋବର ୨୭ ଓ ନଭେମ୍ବର ୩ ତାରିଖ ଅପରାହ୍ନ ୧ଘ.୪୫ମି.ରେ ଛାଡି ପୁରୀ ଠାରେ ତା ପରଦିନ ପୂର୍ବାହ୍ନ ୯ଘ.୪୫ମି.ରେ ପହଁଚୁଛି I
୦୮୪୨୫/୧୮୪୨୬ ପୁରୀ-ଭାଗଲପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଅକ୍ଟୋବର ୩୦ ଓ ନଭେମ୍ବର ୬ ତାରିଖ (ବୁଧବାର) ପୂର୍ବାହ୍ନ ୧୦ଘ.୩୦ମି.ରେ ଛାଡି ଭାଗଲପୁର ଠାରେ ତା ପରଦିନ ସକାଳ ୭ଘଟିକାରେ ପହଁଚୁଛି I ଫେରିବା ପଥରେ ଏହି ଟ୍ରେନ ଭାଗଲପୁର ଠାରୁ ଅକ୍ଟୋବର ୩୧ ଓ ନଭେମ୍ବର ୭ ତାରିଖ ସକାଳ ୮ଘ.୩୦ମି.ରେ ଛାଡି ପୁରୀ ଠାରେ ତା ପରଦିନ ସକାଳ ୬ଘ.୪୫ମି.ରେ ପହଁଚୁଛି I
ଏହି ଟ୍ରେନ ଦ୍ୱୟରେ ପ୍ରତ୍ୟକରେ ୯ଟି ସ୍ଲିପର କ୍ଲାସ, ୫ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ୨ଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ପାଟନା/ଭାଗଲପୁର ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I