
ପୁରୀ-ଘୋଡାବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପୁରୀ ତରଫରୁ ବିଜୟା ଦଶମୀ ଉତ୍ସବ ତଥା ସଂଘ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା l ଏହି ଉତ୍ସବରେପୁରୀ ବିଭାଗ ସଂଘ ମନୋରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟଵକ୍ତା ଭାବେ ଜିଲ୍ଲା- ପ୍ରଚାର ପ୍ରଶାନ୍ଥ କୁମାର ପଣ୍ଡା ବୌଦ୍ଧିକ ମତାମତ ଦେଇଥିଲେ l ମହାମାରୀ କରୋନା ସମୟରେ ସ୍ଵୟଂସେବକ ଅହରହ ସେବାକାର୍ଯ୍ୟ ରେ ବ୍ରତୀ ରହିଛିl କରୋନା ର ତୃତୀୟ ଲହର ପାଇଁ କରୋନା ଯୋଦ୍ଧା ପ୍ରସ୍ତୁତ ଅଛନ୍ତିl ଆଗକୁ ସମାଜରେ ସ୍ବୟଂସେବକ ସର୍ବସ୍ପର୍ଶୀ ହେବାକୁ ଯାଉଛି,। ନଗର କାର୍ଯ୍ୟଵାହ ସମରେନ୍ଦ୍ର ଦଳାଇ,ବରିଷ୍ଠଅଧିକାରୀ ରାଜକିଶୋରସାହୁ,ବାମଦେବନାୟକ,ସର୍ବେଶ୍ଵରବିଶୋଇ,ସୁକାନ୍ତଦଳାଇ, ରଞ୍ଜନ ନାୟକ, ସତ୍ୟନାରାୟଣ ଦାସ ଆଦି ଶତାଧିକ ସ୍ଵୟଂସେବକ ଯୋଗଦେଇଥିଲେ l କୋବିଡ ପାଇଁ ସରକାରଙ୍କ ଗାଇଡ ଲାଇନ ମାନି ଯୋଗ, ଆସନ ଓ ଘୋଷ ପ୍ରଦର୍ଶନ କରିଥିଲେl