
ପୁରୀ-ଆଜି ପବିତ୍ର ବିଜୟାଦଶମୀ ଦଶହରା l ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହଙ୍କୁ ମହଣ ମହଣ ସୁନା ରେ ବେଶ କରାଯାଇଛି l ଏହି ଦୁର୍ଲଭ ବେଶ ଦର୍ଶନ କଲେ ଭକ୍ତ ପାଇଥାଏ ମହାପୂଣ୍ୟ l କରୋନା କଟକଣା ଯୋଗୁ ଭକ୍ତ ଦର୍ଶନ ବନ୍ଦ କରାଯାଇଛି l ଆଜି ସକାଳ 6.05ରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା l ମଙ୍ଗଳ ଆଳତି ପରେ 8ଟା ରେ ଅବକାଶ ନୀତି ଶେଷ ହୋଇଥିଲା l ପରେ ଚନ୍ଦନଲାଗି ନୀତି, ନୂଆ ଲୁଗା ଲାଗି ହୋଇଥିଲା l ସୁନାବେଶ ପାଇଁ ବତିଶ ମୂର୍ତ୍ତି ଆୟୁଧ ହଳ, ମୁଷଳ, ଶଙ୍ଖ, ଚକ୍ର, ଗଦା, ପଦ୍ମ ଓ ତଡଗୀ ତାଟରେ ରଖାଯାଇଥିଲା l ଚଳନ୍ତି ପ୍ରତିମା ମଦନମୋହନ ଶ୍ରୀନଜଗନ୍ନାଥବଲ୍ଲଭ କୁ ବିମାନରେ ବିଜେ କରିଥିଲେ l ସେଠାରେ ମହାଖଳା ବା ଦଶହରା ପଦା ରେ ପୂଜା ନୀତି ଅନୁଷ୍ଠିତ ହୋଇଥିଲା l ଶୀତଳଭୋଗ ପ୍ରସାଦ ଲାଗି ପରେ ଚଳାନ୍ତିପ୍ରତିମା ଶ୍ରୀମନ୍ଦିର ଫେରିଥିଲେ l ପରେ ଶ୍ରୀମନ୍ଦିର ରେ ଅନ୍ୟାନ୍ୟ ନୀତି ସମାପନ ହୋଇଥିଲା l ରତ୍ନ ସିଂହାସନ ଉପରେ ଚାରି ଥର ସୁନାବେଶ ହୋଇଥାଏ l