
ପୁରୀ,ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଆଜି ବ୍ରହ୍ମଗିରି ବଜାର ରେ ପ୍ରତିବାଦ ସଭା କରାଯାଇଛି l କେନ୍ଦ୍ର ସରକାର ଙ୍କ କୃଷକମାରଣ ନୀତି ପାଇଁ ମୋଦି ଓ ସାହା ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l ବଜାର ଦର ହୁ ହୁ ହୋଇ ବଢ଼ି ଚାଲିଛି l2024 ନିର୍ବାଚନ ପୂର୍ବରୁ ପେଟ୍ରୋଲ ଲିଟର 250ଟଙ୍କା ଓ ଗ୍ୟାସ ସିଲିଣ୍ଡର 1500 ଟଙ୍କା ପର୍ଯ୍ୟନ୍ତ ବଢିବାର ଆଶଙ୍କା କରାଯାଉଛି ବୋଲି ନେତାମାନେ ଆଶଙ୍କା କରିଥିଲେ l କୁହାମୁଣ୍ଡା ଜପିଳା ପରି କେନ୍ଦ୍ର ସରକାର ଙ୍କୁ ବରଖାସ୍ତ ପାଇଁ ଦାବୀ କରିଥିଲେ l ଏହି ସଭାରେ ଏ ଆଇ ଟି ୟୁ ସି ନେତା ବ୍ରଜବନ୍ଧୁ ପ୍ରଧାନ, ହରିହର ସେନାପତି, ସି ଆଇ ଟି ୟୁ ନେତା ଭୀମସେନ ସ୍ୱାଇଁ, ବିଦ୍ୟାଧର ଦଳାଇ, ସୁରେନ୍ଦ୍ର ଦଳାଇ ପ୍ରମୁଖ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।