ନୂଆପଡ଼ା, ନୂଆପଡ଼ା ଜିଲ୍ଲା ସିନାପାଲି ସଦର ଦେଇ ଯାଇଥିବା ଘୁଚାଗୁଡା- ନଙ୍ଗଲବୋର୍ଡ଼ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ଖାଲଖମା ରେ ଭରି ରହିଥିବା ବେଳେ ଗର୍ତ ସୃଷ୍ଟି ହୋଇ ବର୍ଷାଜଳ ଭରି ରହି ଯାତାୟତ ରେ ବ୍ୟାଘାତ ସୃଷ୍ଟି ହେଉଛି । ଏନେଇ ଅଂଚଳବାସୀ ପ୍ରଶାସନ ନିକଟରେ ଦାବୀ ଜଣାଇବା ପରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ୫ କୋଟି ୫୦ ଲକ୍ଷ ଅଟକଳ ରେ ଟେଣ୍ଡର କରାଯାଇ ଜନ୍ୟେକ ଠିକାଦାର ଙ୍କୁ ଦାୟୀତ୍ୱ ଦିଆଯାଇଛି । ହେଲେ ଟେଣ୍ଡର ପାଇବାର ୧ ବର୍ଷ ପରେ ମଧ୍ୟ ସଂପୃକ୍ତ ଠିକାଦାର କାମ ଆରମ୍ଭ କରିନାହିଁ । ଫଳରେ ଅଂଚଳର ଜନସାଧାରଣ ପରିତ୍ୟକ୍ତ ରାସ୍ତାରେ ଯାତାୟତ କରୁଛନ୍ତି । ଏହି ସମସ୍ୟା କୁ ନେଇ ଅଂଚଳବାସୀ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହି ସମସ୍ୟାକୁ ନେଇ ଉପାନ୍ତ ଅଂଚଳ ବାସୀ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ବେଳେ ଏକ ଦସ୍ତଖତ ଅଭିଯାନ ଚଳାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ ଅନ୍ତର୍ଗତ ଘୁଚାଗୁଡା ଗ୍ରାମପଂଚାୟତ, ଖଇରପଦର, କଇଁଟପଦର, ନଙ୍ଗଲବୋର୍ଡ଼, ଘାଟମାଳ, ନୁଆମାଳପଡା, ପଂଚାୟତ ର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ କରିଥାନ୍ତି । ଏପରିକି ଏହି ରାସ୍ତା ଉପରେ ସୀମାନ୍ତ ଛତିଶଗଡ଼ ଅଂଚଳ ର ମେନପୁର ଓ ଗରିଆବନ୍ଧ ବ୍ଲକ ଅଂଚଳର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ କରିଥାନ୍ତି । କିନ୍ତୁ ଟେଣ୍ଡର ପାଇଥିବା ଠିକାଦାର ଜଣକ ଦୀର୍ଘ ୧ ବର୍ଷ ପରେ ମଧ୍ୟ କାମ ଆରମ୍ଭ କରି ନ ଥିବା ୍େୱଲେ ଅଂଚଳ ର ଜନସାଧାରଣ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ଏହି ରାସ୍ତା ରେ ଯାତାୟାତ ପାଇଁ ବିଶେଷ ଅସୁବିଧା ହେଉଥିବା ବେଳେ ପ୍ରଶାସନ ଟେଣ୍ଡର କୁ ବାତିଲ କରି ନୂତନ ଟେଣ୍ଡର ଆହ୍ୱାନ କରାଯିବା ସହ ଯଥା ଶୀଘ୍ର ରାସ୍ତା କମା ଆରମ୍ଭ କରା ନ ଗଲେ ଆନ୍ଦୋଳନକ କରିବା ପାଇଁ ବରିଷ୍ଠ ସମାଜସେବୀ ଜୟପାଲ ନାଗ, ଜିଲ୍ଲାପରିଷଦ ସଦସ୍ୟ ଗିରିରାଜ ମାଝୀ, ଗଣେଶ ପୋଡ଼, ଜଗଦିଶ ମାଝୀ, ନେପାଲ ମାଝି, ଘାଟମାଲ ସରପଂଚ ଆରତୀ ହଂସ, ନଙ୍ଗଲବୋର୍ଡ଼ ସରପଂଚ ଯଶୋଦା ମାଝୀ ପ୍ରମୁଖ ଙ୍କ ନେତୃତ୍ୱରେ ବିରାଟ ଜନ ଆନ୍ଦୋଳନ କରିବାକୁ ସ୍ଥିର କରାଯାଇଛି । ଏଠାରେ ସୂଚନା ଯୋଗ୍ୟା ଯେ, ସିନାପାଲି ସଦର ମହକୁମା ଠାରୁ ଉପାନ୍ତ ଅଂଚଳ ସୀମା ରେ ଥିବା ତାଲକୋଟ ପର୍ଯ୍ୟନ୍ତ ଏହି ରାସ୍ତା ରହିଛି । ଏଠାରୁ ଛତିଶଗଡ଼ ମାତ୍ର ୨ କିଲୋ ମିଟର ରହିଛି । ଏହି ରାସ୍ତା ଉପରେ ଉଭୟ ରାଜ୍ୟର ଜନସାଧାରଣ ନିର୍ଭର କରିଥାନ୍ତି । କିନ୍ତୁ ପ୍ରଶାସନ ର ଖାମଖିଆଲି ମନୋଭାବ ଓ ଠିକାଦାର ଙ୍କ ଅହେତୁକ ମନୋଭାବ ଯୋଗୁଁ ଏହି ରାସ୍ତା ମରଣଯନ୍ତା ଅବସ୍ଥାରେ ରହିଛି । ହେଲେ ଏହି ରାସ୍ତା ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେଉଛି ଓ ରାସ୍ତା ନିର୍ମାଣ କେବେ ସରୁଛି ତାହାକୁ ଅପେକ୍ଷା କରିଛନ୍ତି ଅଂଚଳବାସୀ । ଏହି ସମସ୍ୟା କୁ ନେଇ ଅଂଚଳ ବାସୀ ସିନାପାଲି ବିଡିଓ ସଦାଶିବ ନାଏକ ଙ୍କୁ ଜଣାଇବା ପରେ ଶ୍ରୀ ନାଏକ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ଆଲୋଚନା କରିଥିଲେ ହେଲେ କୌଣସି ସୁଫଳ ମିଳିନାହିଁ । ଠିକାଦାର ପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅନୁକମ୍ପା କଣ ପାଇଁ ବୋଲି ସଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ଯଥାଶୀଘ୍ର ଟେଣ୍ଡର ବାତିଲ କରାଯାଇ ବିକଳ୍ପ ବ୍ୟବସ୍ଥା କରାଯିବାକୁ ଦାବୀ କରାଯାଇଛି ।