
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ଶିଶୁମନ୍ଦିର ଶ୍ରୀଧାମ ବିରୋଧରେ ଏକଜୁଟ ହୋଇଛନ୍ତି ପଂଚାୟତବାସୀ l ଗତ ଦିନରେ ଜଣେ ଛାତ୍ରୀଙ୍କ ଛାତ ଉପରୁ ଡେଇଁ ଗୋଡ଼ ଭାଙ୍ଗି ଯାଇଥି ଲା ଓ ସେ ଘୋଷାରି ଘୋଷାରି ହୋଇ ସାଇ ମନ୍ଦିର ସାହି ବାସିନ୍ଦାଙ୍କୁ କହିଥିଲେ ମୋତେ ସାହାଯ୍ୟ କର ବୋଲି ତା’ପରେ ଶିବାନନ୍ଦ ଦାସ ଆସି ତାଙ୍କୁ ନେଇଯାଇଥିଲେ । ଉକ୍ତ ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀ ରାସ୍ତାରୋକ କରିଥଲେ ଓ ଏକ ମିଳିତ ଅଭିଯୋଗ ଥାନା ଅଧିକାରୀଙ୍କୁ ଦେଇଥିଲେ ।
ତାର ପରବର୍ତ୍ତୀ ସମୟରେ ଉକ୍ତ ଛାତ୍ରୀ ଓ ତାଙ୍କ ମାଆ ଉଭୟ ମିଶି ସରପଞ୍ଚଙ୍କ ନାମରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇ ଭିଡ଼ିଓ ଭାଇରଲ କରିଛନ୍ତି । ସରପଞ୍ଚଙ୍କ ସହ ପଞ୍ଚାୟତବାସୀ ଏହି ଭିଡ଼ିଓ ଭାଇରାଲ କରିଥିବା ଲୋକଙ୍କୁ କାହିଁକି ଗିରଫ କରାଯାଇନି ବୋଲି ଥାନା ଆଗରେ ପାଟିତୁଣ୍ଡ କରିଥିଲେ ।
ଏହାପରେ ଦିଗପହଣ୍ଡି ଥାନାଧିକାରୀ ବସନ୍ତ ସେଠୀ ବୁଝାସୁଝା କରିବା ପରେ ଲୋକେ ତହସିଲଦାରଙ୍କ ପାଖକୁ ଯାଇ ଶ୍ରୀଧାମ ଶିଶୁମନ୍ଦିର ଦେବୋତ୍ତର ସମ୍ପତ୍ତି ଜବରଦଖଲ କରିଥିବା ଅଭିଯୋଗ କରିଥିଲେ ଓ ଉକ୍ତ ଅନୁଷ୍ଠାନରେ ହେଉଥିବା ଦୁର୍ନୀତି ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି l
ରିପୋର୍ଟ: ପ୍ରଫୁଲ୍ଲ ସାବତ।