
-
ଓଡିଆଙ୍କ ପାଇଁ ଗର୍ବର ବିଷୟ: ସମୀର ମହାନ୍ତି
ଭୁବନେଶ୍ୱର, କରୋନା ମହାମାରୀ ସମୟରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଏବଂ ନୂତନ ରୋଜଗାର ସୃଷ୍ଟି କରିବା ପାଇଁ ଏକ ବୃହତ ଯୋଜନା କରାଯାଉଛି ବୋଲି ସ୍ୱାଧୀନତା ଦିବସ ଅବସରରେ ଗତ ଅଗଷ୍ଟ ୧୫ ତାରିଖ ଦିନ ଲାଲକିଲ୍ଲାଠାରୁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଆଜି ଗତିଶକ୍ତି ଯୋଜନାରେ ୧୦୦ ଲକ୍ଷ କୋଟି ଟଙ୍କାର ଅତି ବୃହତ ପ୍ୟାକେଜର ଶୁଭାରମ୍ଭ ହୋଇଛି । ଦେଶର ବିକାଶରେ ଏହି ଯୋଜନା ବଡ ଯୁଗାନ୍ତକାରୀ ଭୁମିକା ନେବା ସହ ଯୁବକଯୁବତୀଙ୍କୁ ନୂତନ ନିଯୁକ୍ତି ପ୍ରଦାନରେ ମଧ୍ୟ ବଡ ଭୁମିକା ନେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଦେଶର ଭିତିଭୁମି ନିର୍ମାଣରେ ବଡ ଭୁମିକା ନେଉଥିବା ରେଳ, ସଡକ, ଜାହାଜ, ବିମାନ, ବନ୍ଦର, ପେଟ୍ରୋଲିୟମ, ଶକ୍ତି, ପରିବହନ ଭଳି ୧୬ଟି ମୂଖ୍ୟ ବିଭାଗର ସମନ୍ୱୟରେ ଚାଲୁଥିବା ଅନେକ ପ୍ରକଳ୍ପଗୁଡିକର ସୁଚାରୁ ରୂପେ ସମାପ୍ତ ପାଇଁ ଏହି ଏହି ଯୋଜନା ବଡ ଭୁମିକା ନେବ । ଲୋକମାନଙ୍କ ପାଖରେ ବିଶ୍ୱସ୍ତରୀୟ ଭିତିଭୁମି ପହଂଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନା ଏକ ବଡ ଭୁମିକା ନେବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଦେଶବ୍ୟାପୀ ପାଳନ କରାଯାଉଥିବା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆଜି ଡାକ ବିଭାଗ ତରଫରୁ ଏହି ୬ ଜଣ ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱାଧୀନତା ସଂଗ୍ରାମର ଅପରିଚିତ ନାୟକମାନଙ୍କ ସ୍ମୃତିରେ ସ୍ୱତନ୍ତ୍ର ଲପାଫା ଉନ୍ମୋଚନ କରାଯାଇଛି । ଦେଶ ସ୍ୱାଧୀନତାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ବକ୍ସି ଜଗବନ୍ଧୁ, ସହିଦ୍ ବାଜି ରାଉତ, ସହିଦ୍ ଜୟୀ ରାଜଗୁରୁ, ଚାଖି ଖୁଂଟିଆ, ଚକରା ବିଷୋୟୀ, ପାର୍ବତୀ ଗିରିଙ୍କ ଭଳି ୬ଜଣ ଓଡିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ନବଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି ।