
ପୁରୀ, ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର ବିଭିନ୍ନ ସାହିର ପୂଜାମଣ୍ଡପରେ ମା ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତି ପୂଜା ଅନୁଷ୍ଠିତ ହେଉଛି । ହରଚଣ୍ଡୀ ସାହିର ବାରବାଟୀ, ଦୋଳମଣ୍ଡପ ସାହିର ଜହ୍ନିଖାଇ, ଖଜାପଟିର କାକୁଡ଼ିଖାଇ, ବାଲିସାହିର ଜହ୍ନିଖାଇ, ବଡ଼ଶଙ୍ଖର ମା ଶଙ୍ଖେଶ୍ୱରୀ, ମାର୍କେଟ ଛକରେ ମା ଦୁର୍ଗା, କରତି ସାହିରେ ହରଚଣ୍ଡୀ, ଖୁଂଟିଆ ସାହିରେ ଗେଲବାଇ, ମାଟିମଣ୍ଡପ ସାହିରେ ଶୂନ୍ୟଗୋଷାଣୀ ଓ ହରଚଣ୍ଡୀ , ଗୌଡ଼ବାଡ଼ ସାହିରେ ଜହ୍ନିଖାଇ, ମଣ୍ଣିକର୍ଣ୍ଣିକା ସାହିରେ ଚାମେଲି, ମାର୍କଣ୍ଡେଶ୍ୱର ସାହିରେ ସମ୍ପାଞ୍ଜି, ହରଚଣ୍ଡୀ ସାହିରେ ହତେଶ୍ୱରୀ, ଗେଲବାଇ, ବନଦୁର୍ଗା, ହଜୁରୀ ଠାକୁରାଣୀ, ଚକ୍ରକୋଟ, ବାସେଳୀ ସାହିରେ ବନଦୁର୍ଗା, ଶୀତଳ ପିଣ୍ଡା ସାହିରେ ଶୀତଳା, ଗୁଡ଼ିଆ ସାହିରେ ଜମକୋଟ, ସୁଆରସାହିରେ ଗୋସାଣି, ଲୋକନାଥ ରୋଡ଼ରେ ପଣାପ୍ରିୟା ଓ ଦୁର୍ଗାବାଡ଼ିରେ ମା ଦୁର୍ଗା ପୂଜା ପାଉଛନ୍ତି । ସପ୍ତମୀ ଠାରୁ ମଣ୍ଡପ ଗୁଡ଼ିକରେ ନିରାଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଉଛି । କରୋନା କଟକଣା ଯୋଗୁଁ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଳୁନାହିଁ । ମାଙ୍କ ପୂଜାର୍ଚ୍ଚନା ବିଧି ଅନୁଯାୟୀ ପାଳନ ହେଉଛି । ଆଜି ମହାନବମୀରେ ଭକ୍ତମାନେ ଦୂରରୁ ଥାଇ ମାଙ୍କୁ ପ୍ରଣିପାତ କରୁଥିବା ଦେଖିବାକୁ ମିଳୁଛି ।