
ଭୁବନେଶ୍ୱର, ରାଜ୍ୟରେ କିଛି ଜିଲ୍ଲାରେ ତିନି ଦିନ ଧରି ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ ଆଇଏମଡି ପକ୍ଷରୁ କେବଳ ଲଘୁଚାପ ନେଇ ପୂର୍ବାନୁମାନ କରାଯାଇଥିଲା । ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗିରହିବ । ୧୪, ୧୫ ଓ ୧୬ ତାରିଖ ଓଡ଼ିଶାରେ ବର୍ଷା ଲାଗି ରହିବ । ପ୍ରଥମେ ଉପକୂଳ ଏବଂ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଅଳ୍ପ କେତେକ ସ୍ଥାନରେ ବଡ଼ ବର୍ଷାର ଆଶଙ୍କା ରହିଛି । ତେବେ ଏନେଇ ଡରିବାର କୌଣସି କଥା ନାହିଁ ବୋଲି ସେ କହିଛନ୍ତି ।