
ଭୁବନେଶ୍ୱର, ଦୂର୍ଗାପୂଜା ଛୁଟି ପରେ ଅନ୍ୟ କ୍ଲାସ୍ ଗୁଡିକ ପାଇଁ ସ୍କୁଲ ଖୋଲିପାରେ । ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି ଯେ ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହେବ ଏବଂ ଅନ୍ୟ କ୍ଲାସ୍ ପାଇଁ ସ୍କୁଲ ଖୋଲିବ । ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଅନଲାଇନ୍ ରେ କ୍ଲାସ୍ ଚାଲିବ । ତେବେ ମୋବାଇଲ୍ ଫୋନ୍ ର ଯେଉଁଭଳି ଦୁରୂପଯୋଗ ନହେବ ଅଭିଭାବକମାନେ ସଜାଗ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।