
ପଟ୍ଟାମୁଣ୍ଡାଇ ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପଟ୍ଟାମୁଣ୍ଡାଇ ନଗର ତରଫରୁ ସଂଘର ଜନ୍ମ ଦିବସ ତଥା ବିଜୟା ଦଶମୀ ଉତ୍ସବ ଭେଙ୍କଟେଶ୍ଵର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଛି।କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ମାର୍ଗ ପ୍ରମୁଖ ସୁଲେଖ ଚନ୍ଦ୍ର ପ୍ରଧାନ ମୂଖ୍ୟ ବକ୍ତା ଭାବରେ ଯୋଗଦେଇ ସଂଘ ର ସ୍ଥାପନା ଓ ବିଜୟା ଦଶମୀ ଉତ୍ସବ ର ମହତ୍ତ୍ଵ ବିଷୟରେ ନିଜ ଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ।ନଗର ପାଳକ ସୁଧାଂଶୁ ଭୂଷଣ ତ୍ରିପାଠୀ, ନଗର ଶାରୀରିକ ପ୍ରମୁଖ ଅଶୄମୋଚନ ଶତପଥୀ, ବୌଦ୍ଧିକ ପ୍ରମୁଖ ଆଶ୍ଵିନୀ କୁମାର ରାଉତ, ଧର୍ମ ଜାଗରଣ ପ୍ରମୁଖ ରାଜେନ୍ଦ୍ର ଗିରି,ବଳରାମ ମଲ୍ଲିକ, ବିକ୍ରମ ଗିରି,ସଂଜୟ ସାହୁ,ରବିନ୍ଦ୍ର ଦାସ,ହିମାଂଶୁ ନାୟକ ଆଦି ଉତ୍ସବ ପରିଚାଳନା କରିଥିଲେ।