
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ, ମନମୋହନ ସିଂହଙ୍କ ଆରୋଗ୍ୟ କାମନା କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ, ମନମୋହନ ସିଂହ ଡାକ୍ତରଖାନାରେ ଭର୍ତି ହେବା ଜାଣି ମୁଁ ଚିନ୍ତିତ । ସେ ଶୀଘ୍ର ଆରୋଗ୍ୟ ହେବା ସହ ଉତମ ସ୍ୱାସ୍ଥ୍ୟ ପାଇଁ କାମନା କରୁଛି ।