କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ ଗୋସାଣୀ ଯାତ୍ରାକୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଯାରି କରାଯାଇଛି । ମେଢ ଦେଖିବା ନିମନ୍ତେ ଦର୍ଶନାର୍ଥୀ ମାନଙ୍କ ଭିଡ ହେବା ସହ ସାମାଜିକ ଦୂରତ୍ବ ରକ୍ଷା ନୀୟମ ଉଲଂଘନ ଏବଂ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି କଟକଣା ଯାରି କରାଯାଇଛି । ପୂର୍ବରୁ ଦୁର୍ଗା ପୂଜା ସମୟରେ ସର୍ବସାଧାରଣ ଦର୍ଶନ ଉପରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏନେଇ ସାରା ରାଜ୍ୟରେ ଯାରି କଟକଣା ବଳବତ୍ତର ରହିଛି । ଉକ୍ତଦିନ ମଧ୍ୟାହ୍ନ ୧୨ ଘଟିକା ସମୟରୁ ଗୋସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ସିଂହଦ୍ବାର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ସର୍ବସାଧରଣଙ୍କ ଯାତାୟତ ଉପରେ କଟକଣା ଯାରି ରହିଛି । ଶ୍ରୀମନ୍ଦିର ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତବିଶେଷ ଏବଂ ପୂଜା କମିଟିର ସର୍ବାଧିକ ୭ ଜଣଙ୍କୁ ଏହି ସମୟ ମଧ୍ୟରେ ପ୍ରବେଶାନୁମତି ରହିବ । ଉକ୍ତ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଉପରେ କୌଣସି କଟକଣା ରହିବ ନାହିଁ । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଯାରି କରିଛନ୍ତି । ଉକ୍ତ ନିର୍ଦ୍ଦେଶନାମାର କଡାକଡି ପାଳନ ନିମନ୍ତେ ସିଂହଦ୍ବାର ଓ ଟାଉନ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Related Stories
November 23, 2024