ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟର ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସାମ୍ବାଦିକଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ବଢିବାଟା ନିଶ୍ଚିତ ଭାବେ ଉଦ୍ୱେଗଜନକ ।
ଭୁବନେଶ୍ୱରରେ ଲୋକେ କଟକଣା ନ ମାନି ଭିଡ଼ ଜମାଇବା ଯୋଗୁ ସଂକ୍ରମଣ ବଢୁଥିବା ସେ ପ୍ରକାଶ କରିଛନ୍ତି । ସେହିପରି ଆଗକୁ ଅଧିକ ସଂକ୍ରମଣ ହେଲେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ । ଲୋକେ ସତର୍କ ରହିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ମାନିବା ଜରୁରୀ ବୋଲି ସେ କହିଛନ୍ତି ।