
ନୂଆଦିଲ୍ଲୀ,ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟ୍ୱିଟ୍ ରେ ଦୂର୍ଗାପୂଜାର ଶୁଭ ଅବସରରେ ସମଗ୍ର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଦେବୀ ଦୂର୍ଗା ଅନ୍ୟାୟକୁ ଦମନ କରିବାର ପ୍ରତୀକ ତଥା ନାରୀ ଶକ୍ତିର ଦୈବୀ ରୂପ । ଆମେ ସମସ୍ତେ ଏପରି ସମାଜ ନିର୍ମାଣର ସଂକଳ୍ପ ନେବା, ଯାହାଦ୍ୱାରା ମହିଳାଙ୍କୁ ଆହୁରି ଅଧିକ ସମ୍ମାନ ମିଳିବ । ଏବଂ ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ ମହିଳାଙ୍କର ମଧ୍ୟ ସମାନ ଭାଗିଦାରୀ ରହିବ ।
ଦେଶବାସୀଙ୍କୁ ଦୁର୍ଗାଷ୍ଟମୀ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଲେ ଅମିତ୍ ଶାହ
ନୂଆଦିଲ୍ଲୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏକ ଟ୍ୱିଟ୍ କରି ସମଗ୍ର ଦେଶବାସୀଙ୍କୁ ଶ୍ରୀ ଦୁର୍ଗାଷ୍ଟମୀ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଏଥି ସହିତ ସେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।