
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ସମୁଦ୍ରରେ 3 ଜଣ ଭାସି ଯାଉଥିବା ବେଳେ ନିଜ ଜୀବନ କୁ ବାଜି ଲଗାଇ ତାଙ୍କୁ ଉଦ୍ଧାର କରି ନିଜର ଅଦମ୍ୟ ସାହସିକତା ର ପରିଚୟ ଦେଇ ରକ୍ଷା କରିଥିବା ଲାଇଫ ଗାର୍ଡ଼ ତ୍ରିନାଥ, ବି. ପୂର୍ଣ୍ଣଚନ୍ଦ୍ର, କାଶୀରାମ, ବିମ ବେହେରା, ବାବୁଲା, ଜଗା ନାରଣ, ଲୋକନାଥ ମାନଙ୍କୁ ଉର୍ଜାବାନ ଓଡ଼ିଶା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଛି l ସଦାସର୍ବଦା ନିଜ ଜୀବନ କୁ ବାଜି ଲଗାଇ, ପରିବାର ଓ ଘର ଦ୍ଵାର କୁ ଭୁଲି ଲୋକ ଙ୍କ ସୁରକ୍ଷା ରେ ନିଜ କୁ ନିଯୋଜିତ କରିବାର ଏହି ଅଦମ୍ୟ ପ୍ରୟାସ ଜାରି ରଖିବା ପାଇଁ ସଂଗଠନ ର ସଭାପତି ଶ୍ରୀ ସନ୍ତୋଷ କୁମାର ସେନାପତି ମତପୋଷଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସଂପାଦିକା ନିହାରିକା ତ୍ରିପାଠୀ, ଚିନ୍ମୟ ଦାଶ, ଦେବଜୀତ ଦାସ, ଗୌତମ ସାହୁ,ଜମ୍ବେଶ୍ୱର, ଦେବେନ୍ଦ୍ର ସୁବୁଦ୍ଧି, ଜଗନ୍ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |