
ନୂଆପଡା, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଇଟପଦର ଗ୍ରାମ ପଞ୍ଚାୟତ ରେ ସ୍ୱଛ ଭାରତ ମିଶନ ଓଡିଶା ତରଫରୁ କାର୍ଯକାରୀ କରାଯାଉଥିବା ପାଇଖାନା ତିଆରି କାର୍ଯ୍ୟ ରେ ଦୁର୍ନିତୀ କରାଯାଉଥିବା ନେଇ ସିନାପାଲି ବିଡିଓ ସଦାଶିବ ନାୟକ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ନୁସାରେ କଇଟପଦର ଗ୍ରାମ ରେ ସ୍ୱଛ ଭାରତ ମିଶନ ଓଡିଶା ତରଫରୁ ସରକାର ଙ୍କ ଦ୍ବାରା ଯୋଗା ଯାଉଥିବା ପାଇଖାନା ତିଆରି କାର୍ଯ୍ୟ ରେ କଇଟପଦର ଗ୍ରାମ ପଞ୍ଚାୟତ ରେ କିଛି ବ୍ଯକ୍ତି ଦୁର୍ନିତୀ କରିବାରେ ଲାଗିଛନ୍ତି। ସେମାନେ ବିଭିନ୍ନ ହିତାଧିକାରୀ ଙ୍କୁ ଭେଟି ତୁମ ନାମରେ ପାଇଖାନା ଆସିଛି ତୁମକୁ ପାଇଖାନା ତିଆରି କରିଦେବୁ କହି ପାଇଖାନା କାର୍ଯ୍ୟ ଆରମ୍ଭ କରୁଛନ୍ତି। କିନ୍ତୁ ଅନେକ ଲୋକ ଙ୍କ ପାଇଖାନା ଅଧାପନ୍ତରିଆ ହୋଇ ରହିଯାଇଥିଲେ ସୁଦ୍ଧା ସେମାନେ ଅନେକ ଲୋକ ଙ୍କ ପୁରୁଣା ପାଇଖାନା ଫଟୋ ଉଠାଇ କାର୍ଯ୍ୟ ଶେଷ ହୋଇଥିବା ଦେଖାଇ ପଇସା ଟଙ୍କା ହଡପ କରିବାରେ ଲାଗିଛନ୍ତି। ଉକ୍ତ ଠିକାଦାର ବ୍ୟକ୍ତି ମାନେ କଇଟପଦର ଓ ଗୋର୍ଲା ପଞ୍ଚାୟତ ର ବୋଲି ଅଭିଯୋଗ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ କରିବାକୁ ଠାକୁର ଘିଭେଲା, ପୁର୍ଣ୍ଣ ଚନ୍ଦ୍ର ଘିଭେଲା, ବିଜୟ ଗହିର, ଜିତାମିତ୍ର ହେର୍ଣ୍ନା, ବଲବନ୍ତ ବାଗ, ନରହରି ହଂସ, ହର ପ୍ରସାଦ ହେର୍ଣ୍ନା, ପୁମାଶେଖର ସୁନାନୀ ସମେତ ଅନେକ ଲୋକ ଦାବୀ କରୁଛନ୍ତି। ଏନେଇ ସିନାପାଲି ବିଡିଓ ଙ୍କୁ ପଚାରିବାରୁ ଏହାର ସତ୍ଯତା ନଥିବା ବେଲେ ତଦନ୍ତ କରି ବୁଝିବୁ ବୋଲି ପ୍ରକାଶ କରିଛନ୍ତି।