ପଟ୍ଟାମୁଣ୍ଡାଇ ,ଜମିଦାର ଅମଳରୁ ପଟ୍ଟାମୁଣ୍ଡାଇରେ ପ୍ରଚଳିତ ହୋଇଆସୁଥିବା ଗଣପର୍ବ ଦୂର୍ଗାପୂଜା କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ପର୍ବ । ଏହି ପର୍ବକୁ ପଟ୍ଟାମୁଣ୍ଡାଇରେ ଗଣପର୍ବ ଭାବେ ପାଳନ କରାଯାଇ ଆସୁଛି । କେନ୍ଦ୍ରାପଡା ଜିଲ୍ଲାରେ ଦୁଇ ପ୍ରମୁଖ ସାଂସ୍କୃତିକ ପର୍ବ ମଧ୍ୟରୁ କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଓ ପଟ୍ଟାମୁଣ୍ଡାଇରେ ଦୂର୍ଗାପୂଜା ପୁରୁଷ ପୁରୁଷ ଧରି ପ୍ରସିଦ୍ଧିଲାଭ କରିଆସିଛି । କୋଭିଡ କଟକଣାରେ କୋହଳ କରାଯାଇଥିଲେହେଁ ପୂଜା ମଣ୍ଡପରେ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି । ଏହା ସତ୍ୱେ ଗଣପର୍ବ ଦୂର୍ଗାପୂଜାକୁ ନେଇ ପଟ୍ଟାମୁଣ୍ଡାଇ ସହର ଉସôବ ମୁଖର ହୋଇପଡିଥିବାବେଳେ ସହରକୁ ଲୋକମାନଙ୍କ ଆଗମନରେ ଚଳଚଂଚଳ ହୋଇଉଠିଛି । ଚଳିତବର୍ଷ ପଟ୍ଟାମୁଣ୍ଡାଇ ସହର ଓ ପଟ୍ଟାମୁଣ୍ଡାଇର ବିଭିନ୍ନ ଗ୍ରାମାଚଂଳରେ ୩୪ଟି ବିଭିନ୍ନ ପୂଜା ମଣ୍ଡପରେ ମା ଦୂର୍ଗାଙ୍କ ମୂଣ୍ମୟୀ ମୂର୍ତି ପୂଜା ପାଇବା ସହିତ ଅନ୍ୟାନ୍ୟ ଦେବାଦେବୀଙ୍କ ମୂର୍ତି ମଧ୍ୟ ପୂଜା ପାଉଛି । ଚଳିତ ଦୂର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ପାଇଁ ପଟ୍ଟାମୁଣ୍ଡାଇରେ ୨ଟି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ପାଇଁ ଗତବର୍ଷ ଦୂର୍ଗାପୂଜା ଉସôବ ସଂପୂର୍ଣ୍ଣ ଫିକା ପଡିଯାଇଥିଲା । ପଟ୍ଟାମୁଣ୍ଡାଇରେ ଏହି ଉବକୁ ଧର୍ମମତ ନିର୍ବିଶେଷରେ ସମସ୍ତେ ମିଶି ପାଳନ କରୁଥିବାରୁ ଏହି ଉତ୍ସବକୁ ଗଣପର୍ବର ଆଖ୍ୟା ଦିଆଯାଇଛି। ଜମିଦାରଙ୍କ କଚେରୀରେ ପୂଜା ପାଉଥିବା ମା ଦୂର୍ଗାଙ୍କ ମୂଣ୍ମୟୀ ମୂର୍ତି ମା’ କଚେରୀ ଦୂର୍ଗା ନାମରେ ପୂଜିତ ହେଉଥିଲେ । ଦୀର୍ଘବର୍ଷ ବ୍ୟବଧାନରେ ଏବେ ମଧ୍ୟ ଜମିଦାରଙ୍କ ସେହି ପୁରୁଣା କଚେରୀ ପରିସରରେ ସ୍ଥାପିତ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ କଚେରୀ ଦୂର୍ଗା ନାମରେ ମା’ଙ୍କ ମୂଣ୍ମୟୀ ମୂର୍ତି କିଛି ବର୍ଷ ଧରି ପୂଜା ପାଇ ଆସୁଛନ୍ତି ।
ପଟ୍ଟାମୁଣ୍ଡାଇ ସହର ସମେତ ମଦନପୁର, ଦୋଷିଆ, ନୀଳକଣ୍ଠପୁର, ବାଲିପାଟଣା, କଟାଂବଣ, ଅମୃତମଣୋହି, ଦାଣ୍ଡିସାହି, ଅଠରବାଟିଆ ଆଦି ଗ୍ରାମରେ ମା ଦୂର୍ଗାଙ୍କ ପୂଜା ଉସôବ ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ କଚେରୀ ଦୂର୍ଗା , ବଙ୍ଗାଳିସାହି ଦୂର୍ଗା, ଲକ୍ଷ୍ମୀନାରାୟଣ, ମାସନ୍ତୋଷି, ନିତାଇଗୌର, ବରାହଲକ୍ଷ୍ମୀ, ମହାବୀର, ନୃସିଂହନାଥ, ହରଗୌରୀ, ଅନ୍ନପୂର୍ଣ୍ଣା, ସୂର୍ଯ୍ୟଦେବତା, ବାଳକହନୁମାନ, ବନଦୂର୍ଗା, ନୀଳମାଧବ, ନୀଳକଣ୍ଠେଶ୍ୱର, ଦଶଅବତାର, ଶାରଳା, ଗାୟତ୍ରୀ, ମା ମଙ୍ଗଳା, କୃଷ୍ଣ ବଳରାମ, ଗୃହଲକ୍ଷ୍ମୀ ଓ ପୋଖରୀଆପଡା ଦୂର୍ଗା, ଅନନ୍ତ ଶୟନ, ରାମ ଅବତାର ଆଦି ୨୪ଟି ମଣ୍ଡପରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତି ପୂଜା ପାଉଥିବାବେଳେ ମାଳିପୁରରେ ହରଗୌରୀ, ଦୋଷିଆରେ ମହାବୀର, ହରପାର୍ବତୀ, ବାସୁଳାଇ, ମାଦୂର୍ଗା, ମଦନପୁରରେ ଜୟଦୂର୍ଗା, ଅନ୍ନପୂର୍ଣ୍ଣା, ହରଗୌରୀ, ବାଲିପାଟଣାରେ ମହାବୀର, କଟାଂବଣରେ ମା ଶାରଳା, ଅଣ୍ଢରାରେ ମା ଦୂର୍ଗା, ନୀଳକଣ୍ଠପୁରରେ ମା ଦୂର୍ଗା ଓ ଅଠରବାଟିଆରେ ମା ଦୂର୍ଗାଙ୍କ ଶାରଦୀୟ ପୂଜା ଉସôବ ଆନନ୍ଦଉଲ୍ଲାସ ମଧ୍ୟରେ ବୈଦିକ ରୀତିନୀତିରେ ପାଳିତ ହେଉଛି ।