ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କୁ ଦୁର୍ବ୍ୟବହାର କରିଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ନୂଆପଡା ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ସୋମବାର ଖଡିଆଳ ଥାନାକୁ ଘେରାଉ କରାଯାଇଛି । ଏହି ଅବସରରେ ଶତାଧିକ ଆଦିବାସୀ ସେମାନଙ୍କ ପାରମ୍ପାରୀକ ବେଶଭୂଷା, ଅସ୍ତ୍ରଶସ୍ତ୍ର ଧରି ଖଡିଆଳ ସହରର ଠାକୁରାଣୀ ମନ୍ଦିର ପରିସର ମଧ୍ୟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଖଡିଆଳ ନଗର ପରିକ୍ରମା ପରେ ଖଡିଆଳ ଥାନାକୁ ଘେରାଉ କରିଥିଲେ । ଗତ ୨ ମାସ ତଳେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଖଡିଆଳ ଥାନାରେ ଖୁଦପେଜ ସମିତିସଭ୍ୟ ଗୋବିନ୍ଦ ବିହାରୀ ବାରିକ, ନେହେନା ସମିତିସଭ୍ୟ ସନ୍ତୋଷ ମିଶ୍ର, ଖଡିଆଳ ବ୍ଲକ ଉପାଧ୍ୟକ୍ଷା ନିଲେନ୍ଦ୍ରି ମେହେର ଏବଂ ତାଙ୍କ ସ୍ୱାମୀ ପ୍ରେମସାଗର ମେହେରଙ୍କ ନାମରେ ମାମଲା ରୁଜୁ କରିଥିଲେ । କିନ୍ତୁ ମାମଲା ରୁଜୁ କରିବାର ୨ ମାସ ହୋଇଯାଇଥିଲେ ମଧ୍ୟ ଏବଂ ଅଭିଯୁକ୍ତ ମାନେ ଖୋଳାରେ ବୁଳୁଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନଥିବା ନେଇ ଜିଲା ଆଦିବାସୀ ସଂଘ ତିବ୍ର ଅସନ୍ତୋଷ ବ୍ୟକ୍ତ କରି ଥାନା ଘେରାଉ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଅତିଶିଘ୍ର ଗିରଫ କରିବାକୁ ଦାବୀ କରିଛନ୍ତି । ଖଡିଆଳ ଏସଡିପିଓ ବିରଂଚି ନାରାୟଣ ଦେହୁରୀ ଏବଂ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ବେଳେ ୧୫ ଦିନ ମଧ୍ୟରେ ଗିରଫ କରାଯିବାର ପ୍ରତିଶୃତି ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଆଜିର ଏହି ଆନେ୍ଦାଳନରେ ନୂଆପଡା ଜିଲ୍ଲା ଆଦିବାସୀ ସଂଘ ସଭାପତି ଭାନୁପ୍ରତାପ ସିଂମାଝୀ ନେତୃତ୍ୱ ନେଇଥିବା ବେଳେ ଖଡିଆଳ ବ୍ଲକ ସଭାପତି କାର୍ତିକେଶ୍ୱର ମଲ୍ଲିକ, ସରପଂଚ ବିଦୁର ଶବର, ସୋମନାଥ ଶବର, ବୋଡେନ ବ୍ଲକ ସଭାପତି ହେମସାଗର ମାଝୀ, ଜିଲ୍ଲା ସଭାନେତ୍ରୀ ମମତାଞ୍ଜଳୀ ମାଝୀଙ୍କ ସମେତ ଶତାଧିକ ଆଦିବାସୀ ପୁରୁଷ/ମହିଳା ସାମିଳ ଥିଲେ । ଅନ୍ୟପକ୍ଷରେ ଥାନାଧିକାରୀ କୈଲାସ ଚନ୍ଦ୍ର ସେଠୀଙ୍କୁ ପଚରାଯିବାରୁ ବ୍ଲକ ଉପାଧ୍ୟକ୍ଷା ନିଲେନ୍ଦ୍ରୀ ମେହେର ବ୍ଲକ ଅଧ୍ୟକ୍ଷଙ୍କ ନାମରେ ମାମଲା ରୁଜୁ କରିବା ପରେ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ୪ ଜଣଙ୍କ ନାମରେ ମାମଲା ଦାୟର କରିଛନ୍ତି । ବର୍ତମାନ ଉଭୟ ପକ୍ଷର ତଦନ୍ତ ଚାଳିଛି ତଦନ୍ତ ପରେ ଉଚିତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।