-
୮୦ ପ୍ରତିଶତ କରୋନା ସଂକ୍ରମଣ ଲକ୍ଷଣବିହୀନ
ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରରେ ପ୍ରତେକ ଦିନ ୨୦୦ ରୁ ୩୦୦ ଭିତରେ ସଂକ୍ରମଣ ରହିଆସୁଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଯେ ଏହି ସଂଖ୍ୟା ରହିବା ସହ ଏମିତି କି କିଛି ମାତ୍ରାରେ ଆର ଭ୍ୟାଲୁ ବଢିଛି । ହେଲେ ହସ୍ପିଟାଲ ଆଡମିସନ ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି । ଏହାସହ ଭେଣ୍ଟିଲେଟରରେ ଆଡମିଟ ହେଉଥିବା ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍ ଅଛି । ଆସିୟୁରେ ଛୋଟ ପିଲାଙ୍କ ଆଡମିସନ ସଂଖ୍ୟା ୧ ପ୍ରତିଶତରୁ କମ୍ ଅଛି । ତେଣୁ ଆମେ ଏବେ ଭଲ ସ୍ଥିତିରେ ଅଛନ୍ତି ।
ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ତିନିମାସ ହେଲାଣି ସଂକ୍ରମଣ ତଳ ଉପର ହେଉଥିବାର ଦେଖା ଯାଉଛି । ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିସନକୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି, ଯାହାକି ଖୁବ୍ ଉଦବେଗଜନକ । ତେବେ ବର୍ତ୍ତମାନ ସମୟରେ ୧୦୦ରୁ ୮୦ଜଣ ଲକ୍ଷଣବିହୀନ ।