-
ଦୀପକ ଗୁପ୍ତାଙ୍କ ମାଆ ଓ ପତ୍ନୀଙ୍କୁ ଆଶ୍ୱସ୍ତି
କଟକ, ଉଲିବୁର ଖଣି ଦୁର୍ନୀତି ମାମଲାରେ ଦୀପକ ଗୁପ୍ତାଙ୍କ ମାଆ କାନ୍ତା ଦେବୀ ଓ ପତ୍ନୀ ନୀତୁଙ୍କୁ ମିଳିଛି ଆଶ୍ୱସ୍ତି । ଉଭୟଙ୍କ ନାମରେ ଥିବା ଭିଜିଲାନ୍ସ ମାମଲା ଖାରଜ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଭାଇ ଚମ୍ପକ ଗୁପ୍ତା ନାମରେ ଥିବା ମାମଲା ଚାଲୁ ରହିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ମାମଲା ଖାରଜ ପାଇଁ ଦୀପକଙ୍କ ମାଆ, ଭାଇ ଓ ପତ୍ନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।