ଗଞ୍ଜାମ, ପୁରୁଷୋତମପୁର ନିକଟ ରତ୍ନିଗିରି ପାହାଡ଼ ଉପରେ ଥିବା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଦୀପ ଗୃହରେ ଆଜି ସକାଳେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇଟି ଦୀପ ଗୃହ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ପୁରୁଷୋତମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଏହି ଦୀପ ଗୃହରେ ଶ୍ରଦ୍ଧାଳୁ ମାନେ ମା ତାରା ତାରିଣୀଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିଥାନ୍ତି । ନବରାତ୍ର ପୂଜା ଚାଲିଥିବା ସମୟରେ ଏହି ଅଘଟଣକୁ ନେଇ ଭକ୍ତ ମହଲରେ ଉଦବେଗ ପ୍ରକାଶ ପାଇଛି ।